‘ବନ୍ଦ କରୋ ୟାର..’ ବାରବାଟୀରେ ଲାଇଟ୍ ବନ୍ଦ ହେବା ପରେ ଗୀତକୁ ନେଇ ରାଗିଗଲେ ରୋହିତ ଶର୍ମା

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆକୁ ୪ ୱିକେଟରେ ଜିତିନେଇଛି ଭାରତ । କଟକର ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । କଟକ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ ବ୍ୟାଟିଂ କରୁଥିବା ସମୟରେ ଗୋଟିଏ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଖେଳ ୨୦ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଏପଟେ ଲାଇଟ୍ ନ ଆସିବାରୁ ଖେଳାଳି ବିରକ୍ତ ଭାବ ପ୍ରକାଶ କରୁଥିବା ବେଳେ ବାଜୁଥିବା ଗୀତକୁ ନେଇ ଅଧିକ ଚିଡି ଯାଇଥିଲେ ରୋହିତ ଶର୍ମା । ଗୀତ ବନ୍ଦ କରିବାକୁ ମଧ୍ୟ କହିଥିଲେ ।

ଇଣ୍ଡିଆକୁ ଇଂଲଣ୍ଡ ୩୦୪ ରନର ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ବ୍ୟାଟିଂ କରିବାକୁ ଆସିଥିଲେ । ମ୍ୟାଚ୍ର ୬.୧ ଓଭର ପରେ ଏହି ସମସ୍ୟା ଦେଖା ଦେଇଥିଲା । ୪୮ ରନ୍ ଭାରତର ସ୍କୋର ଥିବା ବେଳେ ଗୋଟିଏ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା । ୨୦ ମିନିଟ ପର୍ଯ୍ୟନ୍ତ ଲାଇଟ ଆସିନଥିବାରୁ ବିରକ୍ତି ହୋଇଯାଇଥିଲେ ରୋହିତ ଶର୍ମା । ଏହାପରେ ପଡିଆ ଛାଡି ଚାଲିଯାଇଥିଲେ ଖେଳାଳି ।

ଲାଇଟ୍ ଠିକ୍ ହେବା ପରେ ରୋହିତ ଶର୍ମା ଏବଂ ଶୁବମନ ପଡିଆକୁ ଆସିବା ସମୟରେ ପୁଣି ଡିଜେ ଗୀତ ବଜାଇବା ଆରମ୍ଭ କରିଥିଲେ । ଏହା ଦେଖି ରୋହିତ ଅଧିକ ରାଗିଯାଇଥିଲେ ଏବଂ ଅମ୍ପାୟର ନିକଟରେ ଅଭିଯୋଗ କରିଥିଲେ । ଏହି ସମୟରେ ରୋହିତ ରାଗିଯାଇ ଡିଜେ ବନ୍ଦ କର ବୋଲି କହୁଥିବା ବେଳେ କ୍ୟାମେରାରେ ନଜର ଆସିଛନ୍ତି ।


ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତ ବଡ଼ ସ୍କୋର କରିଥିଲେ । ରୋହିତ ଶର୍ମା ୭୬ ବଲରେ ଶତକ ପୂରଣ କରିଥିଲେ । ଦିନିକିଆରେ ଏହା ତାଙ୍କର ୩୨ ତମ ଶତକ । ଶତକ ପୂରା କରିବା ବେଳକୁ ରୋହିତ ୯ ଚୌକା ଓ ୭ ଛକା ମାରିଥିଲେ। ରୋହିତ ୧୧୯ ରନ୍ କରି ପାଭିଲିୟନ୍ ଫେରିଥିଲେ ।

ଶୁଭମନ ଗିଲ୍ କମାଲ ପ୍ରଦର୍ଶନ କରିବା ସହ ୬୦ ରନ୍ କରିଥିଲେ । କିନ୍ତୁ ବିରାଟ କୋହଲି ପୁଣି ଥରେ ନିରାଶ କରିଥିଲେ । ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ କୋହଲି । ଶ୍ରେୟସ ଆୟର (୪୪) , ଅକ୍ଷର ପଟେଲ୍ ଅପରାଜିତ ୪୧ ରନ୍ ଏବଂ ରବୀନ୍ଦ୍ର ଜାଡେଜା ୧୧ ରନ୍ କରି ନଟଆଉଟ୍ ଥିଲେ । ସେହିଭଳି କେଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ରନ୍ ଲେଖାଏଁ କରିଥିଲେ । ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ଦଳ ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନ୍ କରିଥିଲା । ଏହା ସହ ଇଂଲଣ୍ଡ ଅଲଆଉଟ୍ ହୋଇଯାଇଥିଲା ।

Also Read : ବାରବାଟୀରେ ଫ୍ଲଡ ଲାଇଟ୍ ଖରାପ ଯୋଗୁଁ ମ୍ୟାଚ୍ ବନ୍ଦ, ଦର୍ଶକଙ୍କ ହୋ ହଲ୍ଲା