ଭିନେଶ ଫୋଗାଟଙ୍କୁ ନୋଟିସ ଜାରି କଲା ନାଡା, ୧୪ଦିନ ଭିତରେ ଦେବାକୁ ହେବ ଜବାବ
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୫୦କିଗ୍ରା ମହିଳା କ୍ୟାଟେଗୋରୀରେ କେବଳ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ ଫୋଗାଟ । ଜାତୀୟ ଆଣ୍ଟି ଡୋପିଂ ଏଜନେ୍ସି(NADA) ପକ୍ଷରୁ ଭିନଶେଙ୍କୁ ସେପ୍ଟେମ୍ବର ୨୫ରେ ଏକ ନୋଟିସ୍ ଜାରି କରାଯାଇଛି ଯେଉଁଥିରେ ତାଙ୍କୁ ୧୪ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି ।
NADA ପକ୍ଷରୁ ଭିନେଶଙ୍କୁ ଜାରି କରାଯାଇଥିବା ନୋଟିସରେ ଉଲ୍ଲେଖ ରହିଛି, ‘ଆଣ୍ଟି ଡୋପିଂ ନିୟମ ଅନୁଯାୟୀ ସ୍ଥାନ ସମ୍ବନ୍ଧୀୟ ସଠିକ ସୂଚନା ଦେବାରେ ବିଫଳତା ହେତୁ ଅଫିସିଆଲ ନୋଟିସ୍ ଜାରି କରାଯାଉଛି । ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ସ୍ପଷ୍ଟିକରଣ ଦେବା ପାଇଁ କୁହାଯାଇଛି । ଡୋପ୍ କଣ୍ଟ୍ରୋଲ ଅଧିକାରୀଙ୍କୁ ଯାଞ୍ଚ୍ ପାଇଁ ଉକ୍ତ ସ୍ଥାନକୁ ପଠାଯାଇଥିଲା । ସେ ଆପଣଙ୍କୁ ଖୋଜିବାରେ ବିଫଳ ହୋଇଥିଲେ କାରଣ ଆପଣ ସେଠାରେ ଅନୁପସ୍ଥିତ ଥିଲେ ।’
ତେବେ ସେପ୍ଟେମ୍ବର ୯ ତାରିଖରେ ଭିନେଶ ସୋନିପତର ଖରୋଦା ଗାଁରେ ଡୋପ୍ ପରୀକ୍ଷା ପାଇଁ ଅନୁପସ୍ଥିତ ଥିଲେ । ନିୟମ ମୁତାବକ, ଯଦି କୌଣସି ଖେଳାଳି ଯେଉଁ ସ୍ଥାନରେ ରହିଛନ୍ତି ବୋଲି ସୂଚନା ଦେଇ ସେହି ସ୍ଥାନରେ ଉପଲବ୍ଧ ନଥାନ୍ତି, ବିଫଳତା ବୋଲି ଧରାଯାଏ । ଆଉ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ।
ତେବେ ନାଡା ପକ୍ଷରୁ ଜାରି ହୋଇଥିବା ନୋଟିସରେ ହେଉ କିମ୍ବା ନିଜେ ଭୁଲ ସ୍ୱୀକାର କରିବାକୁ ହେବ । ଆଉ ପ୍ରମାଣ କରିବାକୁ ହେବ କି ଡୋପ ଟେଷ୍ଟ ପାଇଁ ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ରହିଥିଲେ ।
ନିକଟରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଏହି ସାକ୍ଷାତ ପରେ ଅନୁମାନ କରାଯାଉଥିଲା କି, ଉଭୟ କଂଗ୍ରେସ ଟିକେଟରେ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରବେଶ କରିପାରନ୍ତି ।
ହରିୟାଣା ବିଧାନସଭା ନିର୍ବାଚନ ଅକ୍ଟୋବର ୫ରେ ଅନୁଷ୍ଠିତ ହେବ । ଅକ୍ଟୋବର ୮ରେ ଭୋଟ୍ ଗଣନା କରାଯିବ ।