ଭାରତ ଓ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ରାହାଣେ, ଜାଡେଜା ଏବଂ ଈଶାନ୍ତ ଶର୍ମା ପଡିଲେ ବାଦ୍‌

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଜିଠାରୁ ଆଜିଠୁ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଯାଉଛି । କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ରହିବା କାରଣରୁ ମୁମ୍ବାଇ ଟେଷ୍ଟ ମ୍ୟାଚକୁ ଜିତି ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଗତ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ସମସ୍ତ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଯୋଜନା କରିଛି । କିନ୍ତୁ ଏହା ମଧ୍ୟରେ ଖରାପ ପାଣିପାଗ ଏବଂ ବର୍ଷା ସମ୍ଭାବନାକୁ ଦେଖି ଖେଳ ହେବା ପାଇଁ ଆଶଙ୍କା ବଢିଯାଇଛି।ମୁମ୍ବାଇରେ ବର୍ଷା ଓ କୋହଲା ପାଗ ଥିବାରୁ ପିଚ୍‌ରେ ଆଦ୍ରତା ଭରି ରହିବ । ଫଳରେ ପେସ୍‌ ବୋଲରମାନେ ମଧ୍ୟ ବଲକୁ ଏଠାରେ ସୁଇଂ କରାଇପାରିବେ ବୋଲି ଆଶା କରାଯାଉଛି । ଉଭୟ ଦଳ ଅତିରିକ୍ତ ପେସ୍‌ ବୋଲର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି ।

୫ବର୍ଷ ପରେ ୱାଙ୍ଖଡେକୁ ଟେଷ୍ଟ ଫେରିଛି । ଫଳରେ ସ୍ଥାନୀୟ ଦର୍ଶକ ମ୍ୟାଚ୍‌କୁ ନେଇ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । କାନପୁର ଭଳି ଏଠାରେ ମଧ୍ୟ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ପ୍ରଥମ ଟେଷ୍ଟ ଖେଳିନଥିବା ବିରାଟ କୋହଲି ଦଳକୁ ଫେରିଛନ୍ତି । ଆଜି ଟିମର ଦାୟିତ୍ୱ ସମ୍ଭାଳିବେ କୋହଲି। ଟିମ୍‌ରେ ମଧ୍ୟକ୍ରମରେ ଚେତେଶ୍ୱର ପୂଜାରା, ଶ୍ରେୟାସ ଆୟର ଓ ଅଜିଙ୍କ୍ୟ ରାହାଣେ ରହିଥିଲେ। କୋହଲି ଫେରିବା ଫଳରେ ରାହାଣେଙ୍କୁ ବାଦ ଦିଆଯିବ । ସେହିପରି ଫର୍ମ ହରାଇଥିବା ଈଶାନ୍ତ ଶର୍ମା ଏବଂ ଜାଡେଜାଙ୍କୁ ବାଦ୍‌ ଦିଆଯାଇଛି। ନ୍ୟୁଜିଲାଣ୍ଡ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି ।

ଭାରତ: ଶୁଭମନ ଗିଲ୍‌, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା/ଅଜିଙ୍କ୍ୟ ରାହାଣେ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ରିଦ୍ଧିମାନ ଶାହା, ରବି ଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ଉମେଶ ଯାଦବ, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ: ଟମ ଲାଥମ, ୱିଲ ୟଙ୍ଗ, କେନ ୱିଲିୟମସନ(ଅଧିନାୟକ), ରସ ଟେଲର, ହେନରୀ ନିକୋଲ୍ସ, ଟମ ବ୍ଲଣ୍ଡେଲ, ରଚିନ ରବିନ୍ଦ୍ର, କେଲି ଜାମିସନ, ଟିମ୍‌ ସାଉଦି, ନିଲ ୱାଗନର, ଅଜାଜ ପଟେଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.