ଡୋପ୍ ଟେଷ୍ଟରେ ଦୂତି ବିଫଳ ଘଟଣା: କହିଲେ, NADA ତରଫରୁ କୌଣସି ଚିଠି ମିଳିନାହିଁ ସଠିକ ଖବର ପାଇବା ପରେ ପ୍ରତିକ୍ରିୟା ରଖିବି

ଭାରତର ଦ୍ରୁତତମ ଧାବିକାଙ୍କ ଉପରେ ପୁଣି ପ୍ରବନ୍ଧକ। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସୀର ଏକ ଲିକ୍ ହୋଇଥିବା ଇ-ମେଲ୍ରୁ ଏହା ଜଣା ପଡିଛି। ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ପ୍ରତିବନ୍ଧିତ ଆନାବୋଲିକ୍ ଷ୍ଟେରୋଏଡ୍କୁ ନେଇ ଦୂତିଙ୍କ ଟେଷ୍ଟ ପଜିଟିଭ୍ ଆସିଛି। ଏଥିଲାଗି ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ୱାର୍ଲଡ ଆଣ୍ଟି ଡୋପିଂ ଏଜେନ୍ସୀ ରିପୋର୍ଟରୁ ସ୍ପଷ୍ଟ ହୋଇଛି, ଆଡଭର୍ସ ଆନାଲିଟିକାର ଫାଇଣ୍ଡିଂରେ ଦୂତିଙ୍କ A ସାମ୍ପୁଲ ପଜିଟିଭ୍ ଆସିଛି।
ଦୂତିଙ୍କ ନମୁନାରୁ ପ୍ରତିବନ୍ଧିତ SARS S4 ଆଣ୍ଡ୍ରାଇନ, ଓ ଡିଫିନାଇଲଆଣ୍ଡ୍ରାଇନ, ସିଲେକ୍ଟର ଆଣ୍ଡ୍ରୋଜେନ୍ ରିସେପ୍ଟର ମଡ୍ୟୁଲେଟରସ୍ SARMS ଏବଂ ଲିଙ୍ଗାନଡ୍ରୋଲ ମେଟାବୋଲାଇଟ ମିଳିଛି। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ମୁତାବକ, ୱାର୍ଲଡ ଆଣ୍ଟି ଡୋପିଂ ଏଜେନ୍ସୀ WADAର ଧାର୍ଯ୍ୟ ନିମୟରେ ନ୍ୟାସନାଲ ଡୋପ୍ ଟେଷ୍ଟିଂ ଲାବରୋଟୋରୀରେ ଦୂତିଙ୍କ ସାମ୍ପୁଲ Aର ପରୀକ୍ଷା କରାଯାଇଥିଲା। ସେଥିରୁ ଆଡଭର୍ସ ଆନାଲିଟିକାଲ ଫାଇଣ୍ଡିଂସ ଆସିଛି।
ଡିସେମ୍ବର ୫ ତାରିଖରେ ଦୂତିଙ୍କ ୟୁରିନ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ଦୂତୀଙ୍କ ପାଇଁ ପରବର୍ତ୍ତି ପଦକ୍ଷେପ ହେବ ସେ ଅପିଲ୍ କରିବେ ଏବଂ ବି ସାମ୍ପଲର ଟେଷ୍ଟ ଦେବେ। ବି ସାମ୍ପୁଲ ଟେଷ୍ଟର ଫଳାଫଳ ପରେ ସ୍ପଷ୍ଟ ହେବ ଚିତ୍ର। ଦୂତି କହିଛନ୍ତି ସେ କିଛି ଜାଣି ନାହାନ୍ତି। ନାଡାରୁ କୌଣସି ଚିଠି ଆସି ନାହିଁ। ସଠିକ ଖବର ପାଇବା ପରେ ପ୍ରତିକ୍ରିୟା ରଖିବେ।