ମାତ୍ର ୧ ଇଞ୍ଚ ଯୋଗୁ ଚାମ୍ପିଅନ ହେବାରୁ ବଞ୍ଚିତ ହେଲେ ନୀରଜ ଚୋପ୍ରା, ଡାଇମଣ୍ଡ ଲିଗରେ ହାସଲ କଲେ ଦ୍ୱିତୀୟ ସ୍ଥାନ

ଭାରତର ଷ୍ଟାର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ ଫାଇନାଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଫାଇନାଲରେ ୮୭.୮୬ ମିଟରର ଶ୍ରେଷ୍ଠ ଥ୍ରୋ କରିଛନ୍ତି । ନୀରଜ ମାତ୍ର ଏକ ସେଣ୍ଟିମିଟର ପାଇଁ ଚାମ୍ପିଅନ ହେବାରୁ ବଞ୍ଚିତ ହୋଇଛନ୍ତି । ଗ୍ରେନେଡାର ଖେଳାଳି ଆଣ୍ଡରସନ ପିଟର୍ସ ଚାମ୍ପିଅନ ଟାଇଟଲ ହାସଲ କରିଛନ୍ତି । ସେ ୮୭.୮୭ ମିଟରର ଥ୍ରୋ କରିଛନ୍ତି । ଆଣ୍ଡରସନ ପ୍ୟାରିସ ଅଲିମ୍ପିକ ୨୦୨୪ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ।
ଡାଇମଣ୍ଡ ଲିଗ ଫାଇନାଲରେ ସମୁଦାୟ ୭ଟି ଜାଭେଲିନ ଥ୍ରୋୟର ଭାଗ ନେଇଥିଲେ । ନୀରଜ ଚୋପ୍ରା ଫାଇନାଲର ପ୍ରଥମ ଥ୍ରୋ ୮୬.୮୨ ମିଟର ପକାଇଥିଲେ । ଏହାପରେ ସେ ଦ୍ୱିତୀୟ ଥ୍ରୋ ୮୩.୪୯ ମିଟରର ଥ୍ରୋ କରିଥିଲେ । ତୃତୀୟ ଥ୍ରୋରେ ୮୭.୮୬ ମିଟରର ପକାଇଥିଲେ । ଏହି ଥ୍ରୋ କାରଣରୁ ସେ ଦ୍ୱିତୀୟ ନମ୍ବରରେ ପହଞ୍ଚିଥିଲେ । ଏହାପରେ ନୀରଜଙ୍କର ଦୁଇଟି ଥ୍ରୋ ୮୫ ମିଟରରୁ କମ ଥିଲା । ନୀରଜ ଶେଷ ଥ୍ରୋ ୮୬.୪୬ ମିଟରର ପକାଇଥିଲେ ।
ନୀରଜ ଚୋପ୍ରା କ୍ରମାଗତ ଦୋହା ଡାଇମଣ୍ଡ ଲିଗ୍, ପ୍ୟାରିସ ଅଲିମ୍ପିକ୍ସ ଏବଂ ଏବେ ବ୍ରୁସେଲ୍ସ ଡାଇମଣ୍ଡ ଲିଗରେ ଫାଇନାଲରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବାରେ ଅସଫଳ ହୋଇଗଲେ । ଫାଇନାଲରେ ପାକିସ୍ତାନର ଅର୍ଶଦ ନଦିମ ୯୨.୯୭ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ । ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ କରି ରୌପ୍ୟ ଜିତିଥିଲେ । ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ଫାଉଲ ମାରି ନିରାଶରୁ ଅଭିଯାନ ଆରମ୍ଭ କରିଥିଲେ । ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ । ସେହିପରି ୯୨.୯୭ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ଜିତିଛନ୍ତି ପାକିସ୍ତାନର ନଦିମ । ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ । ସେ ୯୨.୯୭ ମିଟର ଫିଙ୍ଗିଥିଲେ । ତେବେ ଫାଇନାଲ ପରେ ନୀରଜ ନିଜର ଆହତ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ ।