ଇତିହାସ ରଚିଲେ ନୀରଜ ଚୋପ୍ରା, ବିଶ୍ୱର ନଂ ୧ ଜାଭେଲିନ ଫିଙ୍ଗାଳି ହେଲେ ନୀରଜ

ବିଶ୍ୱର ନଂ ୧ ଜାଭେଲିନ ଫିଙ୍ଗାଳି ହେଲେ ନୀରଜ ଚୋପ୍ରା । ଜାଭେଲିନ ର‍୍ୟାଙ୍କିଂରେ ବିଶ୍ୱର ୧ ନଂ ମାନ୍ୟତା ହାସଲ କରିଛନ୍ତି । ୧୪୫୫ ନମ୍ବର ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି ।

ଅଲମ୍ପିକ୍ ଚାମ୍ପିଅନ ନୀରଜ ଚୋପ୍ରାଙ୍କୁ ବିଶ୍ୱ ଜାଭେଲିନ ଥ୍ରୋ ର‍୍ୟାଙ୍କିଂରେ ପ୍ରଥମ ସ୍ଥାନ ପାଇଛନ୍ତି । ନୀରଜ ଚୋପ୍ରା କ୍ୟାରିଅରରେ ପ୍ରଥମ ଥର ପାଇଁ ବିଶ୍ୱର ନମ୍ବର ୧ ଖେଳାଳି ହୋଇଛନ୍ତି । ଭାରତର ପ୍ରଥମ ଟ୍ରାକ୍ ଏବଂ ଫିଲ୍ଡ ଆଥଲେଟ୍ ଭାବେ ନୀରଜ ପୁରୁଷ ଜାଭେଲିନ୍ ର‍୍ୟାଙ୍କିଂରେ ବିଶ୍ୱ ୧ ନମ୍ବର ମାନ୍ୟତା ହାସଲ କରିଛନ୍ତି । ଆଣ୍ଡରସନ୍ ପିଟର୍ସଙ୍କୁ ବିଶ୍ୱ ନଂ ୧ ସ୍ଥାନରୁ ହଟାଇ ସେ ଏହି ସଫଳତା ପାଇଛନ୍ତି ।

ନୀରଜ ଚଳିତ ସିଜିନରେ ଭଲ ଆରମ୍ଭ କରିଥିଲେ । ଦୋହାରେ ଖେଳାଯାଇଥିବା ଡାଇମଣ୍ଡ ଲିଗରେ କମାଲ ପ୍ରଦର୍ଶନ କରିଥିଲେ । ନୀରଜ ଏଠାରେ ୮୮.୬୭ ମିଟର ଥ୍ରୋ କରି ସ୍ୱର୍ଣ୍ଣପଦକ ଜିତିଥିଲେ । ନୀରଜ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଜୁରିକରେ ଡାଇମଣ୍ଡ ଲିଗରେ ୮୯.୬୩ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ହାସଲ କରିଥିଲେ ।

୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନୀରଜ ଚୋପ୍ରାଙ୍କ ଡ୍ରିମ ରନ୍ ଆରମ୍ଭ ହୋଇଥିଲା । ୮୭.୫୮ ମିଟରର ଥ୍ରୋ ଅଲିମ୍ପିକ୍ସରେ ସଫଳତା ପରେ ନୀରଜ ଅନ୍ୟ ପ୍ରତିଯୋଗିତା ଗୁଡ଼ିକରେ ନିଜର ଦବଦବା ଜାହିର କରିଛନ୍ତି ।
ନୀରଜ ୧୪୫୫ ନମ୍ବର ସହିତ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଆଣ୍ଡରସନ୍‌ ୧୪୩୩ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ଚେକ୍ ରିପବ୍ଲିକ୍ ର ଜାକବ ଭାଡେଲେଜ୍ଭ୍ ୧୪୧୬ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଜର୍ମାନୀର ୨୮ ବର୍ଷୀୟ ଜୁଲିଆନ୍ ୱେବର ୧୩୮୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ପାକିସ୍ତାନର ଅର୍ଶଦ ନଦୀମ ୧୩୦୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.