ଟୋକିଓ ଅଲମ୍ପିକ୍ସ ଠାରୁ ଅଧିକ ଦୂର ଜାଭେଲିନ ଥ୍ରୋ କରି ନୀରଜ ଚୋପ୍ରା ଭାଙ୍ଗିଲେ ନ୍ୟାସନାଲ ରେକର୍ଡ
ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିଲେ ନୀରଜ ଚୋପ୍ରା। ଏବେ ପୁଣି ଥରେ ଜାଭେଲିନ ଥ୍ରୋ କରି ନୂଆ ରେକର୍ଡ କରିଛନ୍ତି। ମଙ୍ଗଳବାର ଦିନ ଫିନଲାଣ୍ଡରେ ଖେଳାଯାଉଥିବା ମୁକାବିଲାରେ ନୀରଜ ନ୍ୟାସନାଲ ରେକର୍ଡ ଭାଙ୍ଗିଛନ୍ତି। ଏହାସତ୍ତ୍ୱେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ନୁହେଁ ରୌପ୍ୟ ଜିତିଛନ୍ତି। ଫିନଲାଣ୍ଡର ଓଲିଭର ହେଲେଣ୍ଡର ୮୯.୯୩ ମିଟର ଦୂର ଥ୍ରୋ କରି ସ୍ୱର୍ଣ୍ଣ ଜିତିଛନ୍ତି।
ନୀରଜ ଗତବର୍ଷ ଜାପାନରେ ଆୟୋଜିତ ହୋଇଥିବା ଅଲମ୍ପିକପରେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ। ଫିନଲାଣ୍ଡର ପାେଓ୍ଵ ନୁରମୀ ଗେମ୍ସରେ ଖେଳାଯାଇଥିବା ମୁକାବିଲାରେ ୮୯.୩୦ ମିଟର ଜାଭେଲିନ ଥ୍ରୋ କରିଥିଲେ। ଟୋକିଓ ଅଲମ୍ପିକ୍ସ ସମୟରେ ନୀରଜ ୮୭.୫୮ ମିଟର ଥ୍ରୋ କରିଥିଲେ। ଏହି ରେକର୍ଡକୁ ଭାଙ୍ଗିଛନ୍ତି ନୀରକ। ନୀରଜ ପ୍ରଥମ ପ୍ରୟାସରେ ୮୬.୯୨ ମିଟର ଥ୍ରୋ କରିଥିଲେ। ଏହା ପରେ ତୃତୀୟ ଏବଂ ଚତୁର୍ଥ ଏବଂ ପଞ୍ଚମ ପ୍ରୟାସ କରିବା ପରେ ୮୫.୮୫ ମିଟର ରୁ ଅଧିକ ଦୂର ପକାଇ ପାରିନଥିଲେ।
Olympic Champion Neeraj Chopra settles for a Silver Medal with a New National Record Throw of 89.30m at the Paavo Nurmi Games in Finland.@afi We can see several performance hikes in various events this season. Hope for more further. @Adille1 @Media_SAI @SPORTINGINDIAtw pic.twitter.com/cBLg4Ke8nh
— Athletics Federation of India (@afiindia) June 14, 2022
ନିକଟରେ ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ, ନୀରଜ ଚୋପ୍ରା ନିଜ ଉପରେ କୌଣସି ଚାପ ନେବେ ନାହିଁ। ସେ ୯୦ ମିଟର ଲମ୍ବା ପକାଇପାରିବେ ନାହିଁ। ଜୁଲାରେ ହେବାକୁ ଥିବା ଓ୍ଵାଲର୍ଡ ଚାମ୍ପିଅନସିପ ପାଇଁ ଏବେ ଠାରୁ ଚେଷ୍ଟା କରିବେ ବୋଲି କହିଛନ୍ତି।
ଜାଭେଲିନ ଫାଇନାଲରେ ଭାରତର ନୀରଜ ଚୋପ୍ରା ପ୍ରଥମ ରାଉଣ୍ଡରେ ୮୭.୦୩ ଏବଂ ଦ୍ବିତୀୟ ରାଉଣ୍ଡରେ ୮୭.୫୮ ଏବଂ ୩ୟ ରାଉଣ୍ଡରେ ୭୬.୭୯ମିଟର ଜାଭେଲିନ ଥ୍ରୋ କରିଥିଲେ। ଏଥିସହିତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଛି ଭାରତ। ଆଥଲେଟିକ୍ସରେ ପଦକ ମରୁଡ଼ିର ଅବସାନ ଘଟାଇଛନ୍ତି ହରିଆଣାର ପାନିପତ ନିକଟସ୍ଥ ଖାଣ୍ଡ୍ରା ଗାଁର କୃଷକ ପରିବାରର ପୁଅ ନୀରଜ।
ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଥିଲେ। ନୀରଜ ଐତିହାସିକ ବିଜୟ ହାସଲ କରିବା ପରେ ନିଜର ସ୍ବର୍ଣ୍ଣ ପଦକକୁ ପୂର୍ବ ଧାବକ ମିଲଖା ସିଂଙ୍କୁ ଉତ୍ସର୍ଗ କରିଥିଲେ।