ନୂଆ ବିଜ୍ଞାପନରୁ ସୋସିଆଲ ମିଡିଆରେ ଛାଇଗଲେ ନୀରଜ ଚୋପ୍ରା, ଅଲଗା ଅଲଗା ରୂପରେ ଦେଖାଇଲେ ନିଜ ଅଭିନୟ ଯାଦୁ; ଫ୍ୟାନ୍ସ ଆଶ୍ଚର୍ଯ୍ୟ
ଟୋକିଓ ଅଲିମ୍ପିକ୍ରେ ଜ୍ୟାଭ୍ଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତି ଦେଶର ନାଁ ଉଜ୍ଜ୍ୱଳ କରିଥିବା ନୀରଜ ଚୋପ୍ରା ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ନିଜର ଏକ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଏବଂ ଟ୍ଵିଟରରେ ଟ୍ରେଣ୍ଡ କରୁଛନ୍ତି। ଏହି ବିଜ୍ଞାପନ ବିତ୍ତୀୟ ସେବା ସହ ଜଡ଼ିତ କମ୍ପାନୀ Credର, ଯେଉଁଥିରେ ନୀରଜ ଅଲଗା ଅଲଗା ରୂପରେ ନଜର ଆସି ସୁନାର ଦାମ୍ କହୁଛନ୍ତି।
ନୀରଜ ଚୋପ୍ରା ଏହି ବିଜ୍ଞାପନକୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ସେୟାର କରିଛନ୍ତି ଆଉ କହିଛନ୍ତି, ‘୩୬୦ ଡିଗ୍ରୀ ମାର୍କେଟିଙ୍ଗ’। ଏହି ପୋଷ୍ଟ ଉପରେ ତାଙ୍କ ଫ୍ୟାନ୍ମାନେ ଢେର୍ କମେଣ୍ଟ ବର୍ଷା କରିଛନ୍ତି। ଜଣେ ଫ୍ୟାନ୍ ଭିଡିଓକୁ ନେଇ ଲେଖିଛନ୍ତି, ‘ବିଜ୍ଞାପନରେ କମିର୍ଶିଆଲ ଆକ୍ଟରଙ୍କଠାରୁ ଅଧିକ ଭଲ ଆକ୍ଟିଙ୍ଗ୍ ତ ନୀରଜ ନିଜେ କରି ନେଉଛନ୍ତି’।
ସେହିପରି ଅନ୍ୟ ଜଣେ ପ୍ରଶଂସକ ଅଭିନେତା ମନୋଜ ବାଜପେୟୀଙ୍କ େଓ୍ଵବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ’ର ଏକ ଦୃଶ୍ୟ ସେୟାର କରି ଲେଖିଛନ୍ତି କି, ‘ଷ୍ଟାର୍ କିଡ୍ସ ନୀରଜ ଚୋପ୍ରାଙ୍କ ଶାନଦାର ଆକ୍ଟିଙ୍ଗ୍ ଦେଖୁଛନ୍ତି’। ଆଉ ଜଣେ ଫ୍ୟାନ୍ ବିରାଟ କୋହଲିଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ଲାଗୁଛି ଅଭିନେତାମାନଙ୍କ କ୍ୟାରିୟର ସଙ୍କଟରେ ଅଛି’। ଜଣେ ସମର୍ଥକ ପ୍ରଶଂସା କରି ଲେଖିଛନ୍ତି, ‘ନୀରଜ ଚୋପ୍ରାଙ୍କ ଆକ୍ଟିଙ୍ଗ୍ କିଛି ବଲିଉଡ୍ ଷ୍ଟାର୍ଙ୍କଠାରୁ ବହୁତ ଭଲ। ସେ ନିଜ ବାୟୋପିକ୍ରେ ନିଜେ ହିଁ କାମ କରିବେ’।
ସୂଚନାଥାଉ କି, ନୀରଜ ଚୋପ୍ରା ଅଲିମ୍ପିକ୍ ସମୟରେ କହିଥିଲେ ଯେ ତାଙ୍କୁ ମା’ଙ୍କ ହାତରନ୍ଧା ଚୁରମା ବହୁତ ପସନ୍ଦ, ଯାହାକି ବହୁତ ଘିଅ ଏବଂ ଚିନିରେ ପ୍ରସ୍ତୁତ ହୋଇଥାଏ।
360 Degree Marketing! @cred_club #ad pic.twitter.com/RmjWAXERxm
— Neeraj Chopra (@Neeraj_chopra1) September 19, 2021