ଖବୁଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତର ସୁନା ପୁଅ ନୀରଜ ଚୋପ୍ରା । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି । ନୀରଜ ଜିତିବା ପରେ ତାଙ୍କ ମା ସରୋଜ ଦେବୀଙ୍କ ମନ୍ତବ୍ୟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ନୀରଜଙ୍କ ମା’ଙ୍କ କହିବା ମୁତାବକ, ଖୁବଶୀଘ୍ର ନୀରଜ ବାହା ହେବେ । ତାଙ୍କ ମନ ପସନ୍ଦର ଝିଅକୁ ବାହା ହେବେ ବୋଲି ତାଙ୍କ ମା’ କହିଛନ୍ତି ।
ନୀରଜଙ୍କ ମା’ କହିଛନ୍ତି କି, ଖୁବଶୀଘ୍ର ନୀରଜ ବିବାହ କରିବେ । କିନ୍ତୁ ଏବେ ନୀରଜ ଏବେ ବିବାହ କରିବାକୁ ଚାହୁଁନାହାନ୍ତି । ନୀରଜ ଏବେ ଦେଶ ପାଇଁ କଠିନ ପରିଶ୍ରମ କରିବାକୁ ଚାହୁଁଛନ୍ତି । ନୀରଜ ନିଜ ମନ ପସନ୍ଦର ଝିଅକୁ ବିବାହ କରିବେ । ନୀରଜ ଯଦି କାହାକୁ ପସନ୍ଦ କରନ୍ତି, ତେବେ ପରିବାର ତାଙ୍କୁ ମଧ୍ୟ ସ୍ୱୀକାର କରିବେ ।
ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ କରି ରୌପ୍ୟ ଜିତିଛନ୍ତି । ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ଫାଉଲ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ । ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ । ସେହିପରି ୯୨.୯୭ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ଜିତିଛନ୍ତି ପାକିସ୍ତାନର ନଦିମ । ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ । ସେ ୯୨.୯୭ ମିଟର ଫିଙ୍ଗିଥିଲେ । ପଡ଼ୋଶୀ ପାକିସ୍ତାନର ଏହା ବ୍ୟକ୍ତିଗତ ପ୍ରଥମ ସ୍ବର୍ଣ୍ଣ ପଦକ । ପୂର୍ବରୁ କେବଳ ଦୁଇଟି କାଂସ୍ୟ ଜିତିଥିଲା ପାକିସ୍ତାନ। ଫାଇନାଲରେ ପିଟର୍ସ ଆଣ୍ଡରସନ ବ୍ରୋଞ୍ଜ ମିଳିଥିଲା । ସେ ୮୮.୫୪ ମିଟର ଥ୍ରୋ କରିଥିଲେ । ନୀରଜ ଟୋକିଓରେ ୮୭.୫୮ ମିଟର ଫିଙ୍ଗି ସ୍ବର୍ଣ୍ଣ ଜିତିଥିଲେ ।