ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରେ ନୀରଜ ଚୋପ୍ରା, ପ୍ରଥମ ପ୍ରୟାସରେ ଫିଙ୍ଗିଲେ ୮୯.୩୪ ମିଟର

ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା । ସେ କ୍ୱାଲିଫାଇଂ ରାଉଣ୍ଡରେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି । ଫଳରେ ନୀରଜଙ୍କ ଠାରୁ ସୁନା ଆଶା କରାଯାଉଛି । ଏହା ଚଳିତ ସିଜିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ।

ନୀରଜ ଚୋପ୍ରା ଗ୍ରୁ ବିରେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି । ଏହି ଗ୍ରୁପରେ ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୮୪ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା ।

ପ୍ରଥମ ଗ୍ରୁପରେ୧୬ ଜଣ ଆଥଲେଟ ମଧ୍ୟରେ କିଶୋର ଜେନା ରହିଥିଲେ । ଗ୍ରୁପ ପର୍ଯ୍ୟାୟରେ ଥିବା କିଶୋର କେବଳ ୮୦.୭୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପାରିଥିଲେ। କିଶୋରଙ୍କ ଦ୍ୱିତୀୟ ଥ୍ରୋ ଫାଉଲ ହୋଇଥିଲା । ଏପରେ ଶେଷ ଥ୍ରୋ ୮୦.୨୧ ମିଟର ଦୂରତା ପକାଇଥିଲେ । ସେଥିପାଇଁ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍‌ ପଡି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି ।

ନୀରଜଙ୍କ ସହିତ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ଫାଇନାଲକୁ ଯାଇଛନ୍ତି । ସେ ପ୍ରଥମ ପ୍ରୟାସରେ ୮୬.୫୯ ମିଟର ଜାଭେଲିନ ପକାଇଛନ୍ତି । ନୀରଜଙ୍କ ଭଳି ନଦୀମ ମଧ୍ୟ ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.