କମନୱେଲ୍‌ଥ ଗେମ୍‌ ୨୦୨୨: ଭାରତୀୟ ଟିମ୍‌ ଘୋଷଣା, ୩୭ ଜଣଙ୍କ ମଧ୍ୟରେ ନୀରଜ ଚୋପ୍ରା ସାମିଲ

ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଇତିହାସ ରଚିଥିଲେ। ତେବେ ଏହି ବର୍ଷ ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ବର୍ମିଂହାମରେ ହେବାକୁ ଥିବା କମନୱେଲ୍‌ଥ ଗେମ୍‌ ପାଇଁ ଚୟନ ହୋଇଛନ୍ତି ନୀରଜ ଚୋପ୍ରା। ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ନାମିତ ୩୭ ସଦସ୍ୟ ଟିମ୍‌ ମଧ୍ୟରେ ନୀରଜ ସାମିଲ ରହିଛନ୍ତି। ୧୮ ମହିଳା ଆଥଲେଟଙ୍କ ସମେତ ୩୭ ଜଣିଆ ଦଳ ଘୋଷଣା ହୋଇଛି।

ଏହି ୩୭ ଜଣିଆ ସଦସ୍ୟ ମଧ୍ୟରେ ନୀରଜ ଚୋପ୍ରା, ଡିପି ମନୁ ଏବଂ ରୋହିତ ଯାଦବ ମଧ୍ୟ ଜାଭେଲିନ ଥ୍ରୋରେ ଚୟନ ହୋଇଛନ୍ତି। ଚୟନ ହୋଇଥିବା ଖେଳାଳି କମନୱେଲ୍‌ଥ  ଗେମ୍ସରେ ଭଲ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ପୁରୁଷ : ଅବିନାଶ ସାବଲ୍ (୩୦୦୦ ମିଟର ଷ୍ଟିପ୍ଲେକ୍), ନିତେନ୍ଦ୍ର ରାୱତ (ମାରାଥନ୍), ଏମ ଶ୍ରୀଶଙ୍କର ଏବଂ ମହମ୍ମଦ ଅନାସ ୟାହିୟା (ଲଙ୍ଗ ଜମ୍ପ), ଅବଦୁଲ୍ଲା ଅବୁବାକର, ପ୍ରବୀଣ ଚିତ୍ରାଭେଲ ଏବଂ ଆଲଡୋସ ପାଲ (ଟ୍ରିପଲ ଜମ୍ପ), ତାଜିନ୍ଦରପାଲ ସିଂ ଟୁର (ସଟ ପୁଟ), ନୀରଜ ଚୋପ୍ରା , ଡି.ପି ମନୁ ଏବଂ ରୋହିତ ଯାଦବ (ଜାଭେଲିନ୍ ଥ୍ରୋ), ସନ୍ଦୀପ କୁମାର ଏବଂ ଅମିତ ଖାଟ୍ରି (ରେସ ବ୍ୟାକିଂ), ଆମୋଜ ଯାଦବ, ନେହା ନିର୍ମଲ ଟମ, ଆରୋକିଆ ରାଜୀବ, ମହମ୍ମଦ ଅଜମଲ, ନାଗନାଥନ ପାଣ୍ଡି ଏବଂ ରାଜେଶ ରମେଶ (୪x୪୦୦ ମିଟର ରିଲେ) ।

neeraj
photo credit: India Today

ମହିଳା: ଏସ୍‌ ଧନଲକ୍ଷ୍ମୀ (୧୦୦ ମିଟର ଏବଂ ୪x୧୦୦ ମିଟର ରିଲେ), ଜ୍ୟୋତି ୟାରାଜୀ (୧୦୦ ମିଟର ବାଧାଦୌଡ), ଏଶ୍ୱର୍ଯ୍ୟା ବି (ଲଙ୍ଗ ଜମ୍ପ ଏବଂ ଟ୍ରିପଲ୍ ଜମ୍ପ) ଏବଂ ଆନ୍ସେ ସୋଜାନ୍ (ଲଙ୍ଗ ଜମ୍ପ), ମନପ୍ରୀତ କୌର (ସଟ ପୁଟ୍), ନବଜିତ୍ କୌର ଧିଲନ୍ ଏବଂ ସେମା ଆଣ୍ଟିଲ୍ ପୁନିଆ ( ଡିସ୍କସ୍ ଥ୍ରୋ), ଅନ୍ନୁ ରାନୀ ଏବଂ ଶିଳ୍ପା ରାନୀ (ଜାଭେଲିନ୍ ଥ୍ରୋ), ମଞ୍ଜୁ ବାଲା ସିଂ ଏବଂ ସରିତା ରୋମିତ ସିଂ (ହାମର ଥ୍ରୋ), ଭବନା ଜାଟ ଏବଂ ପ୍ରିୟଙ୍କା ଗୋସ୍ୱାମୀ (ରେସ ବ୍ୟାକିଂ), ହିମା ଦାସ, ଦୁତୀ ଚାନ୍ଦ, ଶ୍ରାବଣୀ ନନ୍ଦ , ଏମଭି ଜିଲାନା ଏବଂ ଏନଏସ ସିମି (୪ x ୧୦୦ ମିଟର ରିଲେ) ।