ବିବାହ ବନ୍ଧନରେ ବାନ୍ଧିହେଲେ ନୀରଜ ଚୋପ୍ରା, ହିମାନୀଙ୍କୁ କଲେ ସାତ ଜନ୍ମର ସାଥି

ଭାରତର ସୁନା ପୁଅ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରବିବାର ସେ ହିମାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନୀରଜ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଏକ୍ସରେ ବିବାହ ବେଳର ଫଟୋ ସେୟାର କଲେ ଅଲିମ୍ପିକ ପଦକ ବିଜେତା ନୀରଜ ଚୋପ୍ରା ।
ନୀରଜ ସେୟାର କରିଥିବା ଫଟୋରେ ପତ୍ନୀ, ମାଆ ଏବଂ ପରିବାର ଲୋକ ଉପସ୍ଥିତ ନଜର ଆସୁଛନ୍ତି । ପରିବାର ଏବଂ ସମ୍ପର୍କୀୟଙ୍କ ସୀମିତ ଉପସ୍ଥିତିରେ ସେ ବିବାହ କରିଛନ୍ତି । ଫଟୋ ସେୟାର କରି ଲେଖିଛନ୍ତି, ‘ଜୀବନର ନୂଆ ଅଧ୍ୟାୟ ଆରମ୍ଭ ନିଜ ପରିବାର ସହ । ସେହି ସବୁ ଆଶୀର୍ବାଦ ପାଇଁ କୃତଜ୍ଞତା ଜଣାଉଛି, ଯାହା ଆମକୁ ଏକ କରିଛି ।
View this post on Instagram
ନୀରଜଙ୍କ ଯାହାଙ୍କୁ ଜୀବନ ସାଥୀ କରିଛନ୍ତି ତାଙ୍କ ନାଁ ହିମାନୀ ମୋର୍ ବୋଲି ଜଣାପଡ଼ିଛି । ହିମାନୀଙ୍କ ଘର ହରିୟାଣାର ସୋନିପତରେ ହୋଇଥିବା ବେଳେ ସେ ବର୍ତ୍ତମାନ ଆମେରିକାରେ ପାଠ ପଢୁଛନ୍ତି । ହିମାନୀ ଜଣେ ଟେନିସ ପ୍ଲେୟାର । ଭାରତର ଷ୍ଟାର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ୨୦୨୪ ମସିହାରେ ପ୍ୟାରିସ ଅଲିମ୍ପିକରେ ୮୯.୫ ମିଟର ଦୂର ଜାଭେଲିନ୍ ଫିଙ୍ଗି ରୌପ୍ୟ ପଦକ ଜତିଥିଲେ ।
ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବାରେ ଅସଫଳ ହୋଇଥିଲେ । ଫାଇନାଲରେ ପାକିସ୍ତାନର ଅର୍ଶଦ ନଦିମ ୯୨.୯୭ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ । ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ କରି ରୌପ୍ୟ ଜିତିଥିଲେ । ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ଫାଉଲ ମାରି ନିରାଶରୁ ଅଭିଯାନ ଆରମ୍ଭ କରିଥିଲେ । ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ । ସେହିପରି ୯୨.୯୭ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ଜିତିଛନ୍ତି ପାକିସ୍ତାନର ନଦିମ । ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ । ସେ ୯୨.୯୭ ମିଟର ଫିଙ୍ଗିଥିଲେ ।
ନୀରଜ ଚୋପ୍ରା କ୍ରମାଗତ ଦୋହା ଡାଇମଣ୍ଡ ଲିଗ୍, ପ୍ୟାରିସ ଅଲିମ୍ପିକ୍ସ ଏବଂ ଏବେ ବ୍ରୁସେଲ୍ସ ଡାଇମଣ୍ଡ ଲିଗରେ ଫାଇନାଲରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।