ଷ୍ଟକହୋମରେ ବୟସ୍କ ଫ୍ୟାନଙ୍କ ପାଦ ଛୁଇଁ ପ୍ରଣାମ କଲେ ନୀରଜ ଚୋପ୍ରା, ବିନମ୍ରତା ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶଂସା

ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ସମସ୍ତଙ୍କ ମନ ଜିତିନେଇଥିଲେ ନୀରଜ ଚୋପ୍ରା। ହେଲେ ଏବେ ସୋସିଆଲ ମିଡିଆ ସେନସେସନ୍‌ ପାଲଟିଯାଇଛନ୍ତି ନୀରଜ। ନୀରଜଙ୍କ ସହିତ ଜଡିତ କେତେକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ସେ ଜଣେ ବୟସ୍କ ଫ୍ୟାନଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ନଜର ଆସିଛନ୍ତି।

ଏହି ଭିଡିଓରେ ନୀରଜଙ୍କ ବିନମ୍ରତା ଦେଖି ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ଭିଡିଓରେ ନୀରଜ ଜଣେ ବୟସ୍କ ଫ୍ୟାନଙ୍କ ପାଦ ଛୁଉଁଥିବା ନଜର ଆସିଛନ୍ତି। ଷ୍ଟକହୋମରେ ପ୍ରଶଂସକଙ୍କ ମଧ୍ୟରେ କଥାବାର୍ତ୍ତା ହେବା ସମୟରେ ଏହି ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ନୀରଜ ନିଜର ବୟସ୍କ ଫ୍ୟାନଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ନଜର ଆସିଥିଲେ। ଭିଡିଓଟି ସୋସିଆଲ ମିଡିଆରେ ଆସିବାପରେ ଭାଇରଲ ହେବାରେ ଲାଗିତିଲା। ଭିଡିଓକୁ ଏପର୍ଯ୍ୟନ୍ତ ୩୫ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି।

ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଚାଲିଥିବା ଷ୍ଟକହୋମ ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯେଉଁଥିରେ ସେ ଡାଏମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଛନ୍ତି। ଷ୍ଟକହୋମରେ ଚାଲିଥିବା ଡାଏମଣ୍ଡ ଲିଗରେ ୨୪ ବର୍ଷୀୟ ନୀରଜ ଚୋପ୍ରା ନିଜର ପ୍ରଥମ ପ୍ରୟାସରେ ୮୯.୯୪ ମିଟର ଫିଙ୍ଗି ନିଜର ୮୯.୩୦ ମିଟର ରେକର୍ଡ ଭାଙ୍ଗିଛନ୍ତି। ଏକ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ ସେ ୯୦ ମିଟର ମାର୍କରୁ ୬ ସେଣ୍ଟିମିଟର ଦୂରତାରେ ଟିକିଏ ଦୂରରେ ଥିଲେ। ୯୦ମିଟର ଦୂରରେ ସ୍ୱର୍ଣ୍ଣ ପଦକ ପାଇଁ ଥିଲା । କିନ୍ତୁ ନୀରଜଙ୍କୁ କେବଳ ରୌପ୍ୟରେ ହିଁ ରହିଥିଲେ।

ନୀରଜ ଚୋପ୍ରା ପ୍ରଥମ ଥରରେ ୮୪.୩୭ ମିଟର, ଦ୍ୱିତୀୟରେ ୮୭.୪୬, ତୃତୀୟରେ ୮୪.୭୭. ଚତୁର୍ଥରେ ୮୬.୬୭ ଏବଂ ୮୬.୮୪ ମିଟର ଫିଙ୍ଗିଥିଲେ।

ନୀରଜ  ଜୁନ୍‌ ୧୮ରେ ୨୪ ବର୍ଷୀୟ ନୀରଜ ୮୬.୬୯ ମିଟର ଜାଭେଲିନ୍‌ ଥ୍ରୋରେ ଏହି ପଦକ ଜିତିଛନ୍ତି। ସେ ନିଜ ପ୍ରଥମ ପ୍ରୟାସରେ ହିଁ ଏହି ବିଜୟ ହାସଲ କରିଛନ୍ତି। ତାଙ୍କର ଦ୍ୱିତୀୟ ଓ ତୃତୀୟ ଚେଷ୍ଟା ଫାଉଲ ହୋଇଯାଇଥିଲା। ଏହା ପରେ ସେ ଆଉ ଥ୍ରୋ କରି ନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.