ଭାରତ ପାଇଁ ସ୍ବର୍ଣ୍ଣିମ ଅଧ୍ୟାୟ, ଟୋକିଓ ଅଲିମ୍ପିକ୍ସରେ ନୀରଜ ଆଣିଲେ ପ୍ରଥମ ସ୍ବର୍ଣ୍ଣ

ଭାରତ ପାଇଁ ଗର୍ବର ବିଷୟ। ଇତିହାସ ରଚିଲେ ନୀରଜ। ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋର ଫାଇନାଲରେ ବାଜି ମାରିନେଲେ ନୀରଜ ଚୋପ୍ରା। ଦେଶ ପାଇଁ ଆଣିଦେଲେ ସ୍ବର୍ଣ୍ଣିମ ଅଧ୍ୟାୟ। ପୁରୁଷ ବର୍ଗ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ। ପୁରୁଷ ବର୍ଗ ଜାଭେଲିନ୍‌ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିଲେ ନୀରଜ ଚୋପ୍ରା। ଯାହା ଫଳରେ ଭାରତ ପାଇଁ ଆଉ ଏକ ପଦକ ଆଶା ଉଜ୍ଜିବୀତ ହୋଇଥିଲା। ଟ୍ରାକ୍ ଆଣ୍ଡ ଫିଲ୍ଡରେ ପ୍ରଥମ ପଦକ ଜିତିଲେ ନୀରଜ। ନୀରଜଙ୍କ ସ୍ବର୍ଣ୍ଣ ମିଶାଇ ଭାରତର ପଦକ ସଂଖ୍ଯା ୭ରେ ପହଞ୍ଚିଛି। ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ଯମନ୍ତ୍ରୀ।

ଜାଭେଲିନ ଫାଇନାଲରେ ଭାରତର ନୀରଜ ଚୋପ୍ରା ପ୍ରଥମ ରାଉଣ୍ଡରେ ୮୭.୦୩ ଏବଂ ଦ୍ବିତୀୟ ରାଉଣ୍ଡରେ ୮୭.୫୮ ଏବଂ ୩ୟ ରାଉଣ୍ଡରେ ୭୬.୭୯ମିଟର ଜାଭେଲିନ ଥ୍ରୋ କରିଛନ୍ତି। ଏଥିସହିତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଛି ଭାରତ। ଆଥଲେଟିକ୍ସରେ ପଦକ ମରୁଡ଼ିର ଅବସାନ ଘଟାଇଛନ୍ତି ହରିଆଣାର ପାନିପତ ନିକଟସ୍ଥ ଖାଣ୍ଡ୍ରା ଗାଁର କୃଷକ ପରିବାରର ପୁଅ ନୀରଜ।

ସୂଚନାଯୋଗ୍ଯ, ଭାରତର ତାରକା ଖେଳାଳି ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋରେ ଶୀର୍ଷରେ ଥିବାବେଳେ ଅରଶଦ ୮୫.୧୬ ମିଟର ସହ ତୃତୀୟ ସ୍ଥାନରେ ରହିଥିଲେ । ନୀରଜ ଗ୍ରୁପ୍ ଏରେ ଏବଂ ଆଶରଦ୍ ଗ୍ରୁପ୍ ବିରେ ଥିଲେ । ସବୁଠୁ ବଡ଼ କଥା ହେଲା ଏହାପୂର୍ବରୁ ଭାରତ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ କେବେ ଜିତି ନଥିଲା। ୧୯୨୦ରେ ଭାରତ ପ୍ରଥମ ଥର ବେଲ୍‌ଜିୟମରେ ଆୟୋଜିତ ଅଲିମ୍ପିକ୍ସରେ ଭାଗ ନେଇଥିଲା। ୫ ଜଣିଆ ଦଳରେ ଟ୍ରାକ୍‌ ଓ ଫିଲ୍ଡରେ ୩ ଓ କୁସ୍ତିରେ ୨ ଜଣ ଖେଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.