ଦମଦାର କମବ୍ୟାକ୍‌ ସହ ଇତିହାସ ରଚିଲେ ନୀରଜ ଚୋପ୍ରା, ଡାଇମଣ୍ଡ ଲିଗ୍ ଜିତିଲେ ପ୍ରଥମ ଭାରତୀୟ

ଭାରତର ଷ୍ଟାର ଗାଭିଲିନ ଥ୍ରୋଅର ନୀରଜ ଚୋପ୍ରା ଆଘାତରୁ ସୁସ୍ଥ ହେଲା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ନୀରଜ ଚୋପ୍ରା ଶୁକ୍ରବାର ନିଜର ଶ୍ରେଷ୍ଠ ୮୯.୦୮ ମିଟର ଥ୍ରୋ ସହିତ ଡାଇମଣ୍ଡ ଲିଗ୍ ଟାଇଟଲ ଜିତିଥିଲେ। ନୀରଜ ପ୍ରଥମ ଭାରତୀୟ ଭାବରେ ଏହି ସଫଳତା ପାଇଛନ୍ତି। ଏହି ବିଜୟ ସହିତ ଆସନ୍ତା ମାସ ୭ ଏବଂ ୮ ତାରିଖରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି।

ଏଥି ସହିତ ନୀରଜ ଚୋପ୍ରା ହଙ୍ଗେରୀର ବୁଡାପେଷ୍ଟରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଚାମ୍ପିଅନଶିପ-୨୦୨୩ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ନୀରଜ ଚୋପ୍ରା ନିଜର ପ୍ରଥମ ଉଦ୍ୟମରେ ୮୯.୦୮ ମିଟର ଦୂର ଜାଭଲିନ ଫିଙ୍ଗିଥିଲେ । ଏହା ଲକ୍ଷ୍ୟ ଅତିକ୍ରମ କରିବା ପାଇଁ ଅନ୍ୟ ଖେଳାଳିଙ୍କୁ ବହୁତ ଅସୁବିଧା ହୋଇଥିଲା । ଏହା ପରେ ନୀରଜ ଚୋପ୍ରା ଅନ୍ୟ ଏକ ଉଦ୍ୟମରେ ୮୫.୧୫ ମିଟର ଥ୍ରୋ କରିଥିଲେ । ଲୌସେନ୍ ଡାଇମଣ୍ଡ ଲିଗରେ ଟୋକିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଯାଦବ ୱାଡଲେଜ୍ ୮୫.୮୮ ମିଟର ଶ୍ରେଷ୍ଠ ଥ୍ରୋ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆମେରିକାର କାର୍ଟିସ୍ ଥମ୍ପସନ୍ ୮୩.୭୨ ମିଟର ଶ୍ରେଷ୍ଠ ଥ୍ରୋ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଅନ୍ୟପକ୍ଷରେ ଡାଇମଣ୍ଡ ଲିଗରେ ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଜ୍ୟାକବ ୱାଡଲେଜ ୮୫.୮୮ ମିଟର ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆମେରିକାର କୂର୍ଟିସ ଥମ୍ପସନ ୮୩.୭୨ ମିଟର ଥ୍ରୋ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୮୯.୦୮ ମିଟର ହେଉଛି ନୀରଜ ଚୋପ୍ରାଙ୍କ କ୍ୟାରିୟରର ତୃତୀୟ ସର୍ବଶ୍ରେଷ୍ଠ ପ୍ରୟାସ। ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ହେଉଛି ୮୯.୯୪ ମିଟର। ସେ ଏହାକୁ ୯୦ ମିଟର କରିବାକୁ ଜୋରଦାର ଚେଷ୍ଟା କରୁଛନ୍ତି।

ଖବର ଅନୁଯାୟୀ ନୀରଜ ଗତ ମାସରେ ବିଶ୍ୱ ଚାମ୍ପିଅନସିପ ମ୍ୟାଚ୍‌ରେ ରୌପ ପଦକ ଜିତିଥିଲେ। ଏହି ମ୍ୟାଚ୍ ସମୟରେ ନୀରଜଙ୍କୁ ଆଘାତ ଲାଗିଥିଲା। ଏହା ପରେ ଡାକ୍ତରୀ ଦଳ ନୀରଜ ଚୋପ୍ରାଙ୍କୁ ଚାରି ରୁ ପାଞ୍ଚ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ, ଯାହା ପରେ ସେ ବର୍ମିଂହାମରେ ଆୟୋଜିତ କମନୱେଲଥ ଗେମ୍ସ ୨୦୨୨ ରୁ ଓହରି ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.