ନେପାଳୀ ପର୍ବତାରୋହୀ ନିର୍ମଳ ପୁର୍ଜାଙ୍କ ରେକର୍ଡ, ମାତ୍ର ଛଅ ମାସରେ ଚଢିଲେ ବିଶ୍ୱର ୧୪ଟି ଉଚ୍ଚ ଶୃଙ୍ଗ

ନୂଆଦିଲ୍ଲୀ: ନେପାଳୀ ପର୍ବତାରୋହୀ ରେକର୍ଡ କରିଛନ୍ତି। ମାତ୍ର ଛଅ ମାସରେ ବିଶ୍ୱର ୧୪ଟି ଉଚ୍ଚ ଶୃଙ୍ଗ ଆରୋହଣ କରି ସେରେକର୍ଡ କରିଛନ୍ତି। ମଙ୍ଗଳବାର କିଛି ଶେର୍ପାଙ୍କ ସହ ତିବ୍ଦତର ଶିଶାପଙ୍ଗମ୍ ପର୍ବତ ଶିଖରରେ ପହଞ୍ଚିବା ପରେ ୩୬ ବର୍ଷିୟ ପର୍ବତାରୋହୀ ନିର୍ମଳ ପୁର୍ଜା ତାଙ୍କର ଲକ୍ଷ୍ୟ ହାସଲ କରିଥିଲେ।

ଏହାସହ ପଢନ୍ତୁ:

ପ୍ରଥମ ଥର ପାଇଁ ଗୋଲାପି  ବଲରେ ଖେିଳିବ ଭାରତ, ବାଂଲାଦେଶ ସହ ହେବ ଟେଷ୍ଟ ମ୍ୟାଚ

ପୁର୍ଜା ୨୬, ୩୫୦ ଫୁଟ୍ ଭଳି ଉଚ୍ଚତାସମ୍ପନ୍ନ ପର୍ବତ ଶୃଙ୍ଗ ଉପରେ ତୁରନ୍ତ ପହଞ୍ଚିବା ଅଭିଯାନର ନାଁ ଦେଇଥିଲେ- ‘ପ୍ରୋଜେକ୍ଟ୍ ପସିବଲ୍‌’। ଏପ୍ରିଲ୍ ମାସରେ ଅନ୍ନପୂର୍ଣ୍ଣା ପର୍ବତ ଶୃଙ୍ଗ ଆରୋହଣ କରି ଏହି ଅଭିଯାନ ଆରମ୍ଭ କରିଥିଲେ। ଏହା ପରେ ପରେ ସେ ଚୀନ୍‌, ଭାତର, ନେପାଳ ଏବଂ ପାକିସ୍ତାନ ଯାଏଁ ଲମ୍ବିଥିବା ହିମାଳୟ ଏବଂ କାରାକୋରମ୍ ଶ୍ରେଣୀରେ ଥିବା ବାକି ୧୩ ପର୍ବତ ଶୃଙ୍ଗାରୋହଣ କରିଥିଲେ।

nirmal1ପୂର୍ବରୁ ଦକ୍ଷିଣ କୋରିଆର କିମ୍ ଚାଙ୍ଗ୍‌-ହୋ ସାତ ବର୍ଷ, ୧୦ ମାସ ଏବଂ ଛଅ ଦିନରେ ଏହି ୧୪ଟି ଶୃଙ୍ଗ ଆରୋହଣ କରି ରେକର୍ଡ କରିଥିଲେ। ତାଙ୍କ ପୂର୍ବରୁ ପୋଲାଣ୍ଡ୍‌ର ଜେର୍କି କୁକୁକ୍‌ଜା ସାତ ବର୍ଷ, ଏଗାର ମାସ ଏବଂ ୧୪ ଦିନରେ ଏହି ଶୃଙ୍ଗ ଆରୋହଣ କରିଥିଲେ।

 

Leave A Reply

Your email address will not be published.