ଗୋଲ୍ ସ୍କୋରିଂରେ ବିଶ୍ୱ ରେକର୍ଡ଼ କଲା ନେଦରଲାଣ୍ଡସ, ଗୋଲ୍ ବର୍ଷା କରି ଚିଲିକୁ ୧୪-୦ରେ ହରାଇଲା

ଭୁବନେଶ୍ୱର (କେନ୍ୟୁଜ୍) : କଳିଙ୍ଗ ଷ୍ଟାଡିୟମ୍ରେ ଆଜି ଗୋଲ୍ର ବର୍ଷା । ଦନାଦନ୍ ଗୋଲ୍ କଲା ନେଦରଲାଣ୍ଡସ । ହକି ବିଶ୍ୱ କପ୍ରେ ଆଜିର ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡସ ତାଠାରୁ ବହୁ ଗୁଣରେ ଦୁର୍ବଳ ଚିଲିକୁ ୧୪-୦ ଗୋଲ୍ରେ ପରାସ୍ତ କରିଛି ।
ଗ୍ରୁପ୍ ‘ସି’ରେ ଶ୍ରେଷ୍ଠ ଦଳ ହେଉଛି ନେଦରଲାଣ୍ଡସ । ପୂର୍ବରୁ ଦୁଇଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ଅଛି । ଆଜିର ଏହି ବିପୁଳ ବିଜୟ ସହ କ୍ୱାର୍ଟରଫାଇନାଲ୍ ରାସ୍ତା ସଫା କରି ଦେଇଛି ଡଚ୍ ଦଳ । ଟିମ୍ର ଅଧିନାୟକ ଥିଏରୀ ବ୍ରିଙ୍କମ୍ୟାନ୍ ଆଜି ‘ହ୍ୟାଟ୍ରିକ୍’ ଅର୍ଜନ କରିଛନ୍ତି ।
ଏହି ବିଜୟ ସହ ନେଦରଲାଣ୍ଡସ ଏକ ବିଶ୍ୱ ରେକର୍ଡ଼ ମଧ୍ୟ କରିଛି । ବିଶ୍ୱ କପ୍ରେ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଗୋଲ୍ କରିବାର ପୁରୁଣା ରେକର୍ଡ଼ ଭାଙ୍ଗିଛି । ପୂର୍ବରୁ ଅଷ୍ଟ୍ରେଲିଆ ନାଁରେ ଏହି ରେକର୍ଡ଼ ଥିଲା । ଗୋଟିଏ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସର୍ବାଧିକ ୧୨ଟି ଗୋଲ୍ ଦେଇଥିବା ବେଳେ ନେଦରଲାଣ୍ଡ ଗୋଲ୍ ସ୍କୋର ସଂଖ୍ୟାକୁ ୧୪ରେ ପହଞ୍ଚାଇ ନୂଆ ରେକର୍ଡ଼ କରିଛି । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ୧୨ଟି ଗୋଲ୍ କରିଥିଲା ।
ନେଦରଲାଣ୍ଡସ ଦଳର ଜିପ୍ ୟାନସେନ୍ ସର୍ବାଧିକ ଗୋଲ୍ କରି ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।
ଆଜି ରାତି ୭ଟା ବେଳକୁ କଳିଙ୍ଗ ଷ୍ଟାଡିୟମ୍ରେ ଗ୍ରୁପ୍ ‘ଡି’ ମ୍ୟାଚ୍ରେ ଭାରତୀୟ ଦଳ ତାର ଶେଷ ଲିଗ୍ ମ୍ୟାଚ୍ରେ େଓ୍ଵଲସକୁ ଭେଟିବ ।