କୋରାପୁଟ ଷ୍ଟାଡିୟମ ଓ ଜୟପୁର କ୍ରୀଡା କମ୍ପ୍ଲେକ୍ସ କାର୍ଯ୍ୟର ସମୀକ୍ଷା କଲେ ନୂଆ ଜିଲ୍ଲା କ୍ରୀଡ଼ା ଅଧିକାରୀ

କୋରାପୁଟ : କୋରାପୁଟ ଷ୍ଟାଡିୟମ ଓ ଜୟପୁର କ୍ରୀଡା କମ୍ପ୍ଲେକ୍ସ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ ଅର୍ଚ୍ଚନା ଦାସ । କୋରାପୁଟର ନୂତନ ଜିଲ୍ଲା କ୍ରୀଡା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ଦିନକ ପରେ କ୍ରୀଡ଼ା କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି । କରୋନା କଟକଣା ନିୟମକୁ ପାଳନ କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ପରାମର୍ଶ ଦେଇଛନ୍ତି ।

କ୍ରୀଡ଼ା କମ୍ପ୍ଲେକ୍ସଟି କାର୍ଯ୍ୟକ୍ଷମ ହେଲେ କୋରାପୁଟ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ଖେଳାଳିଙ୍କ ପାଇଁ ବେଶ ସହାୟକ ହୋଇପାରିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଅର୍ଚ୍ଚନା ଦାସ କହିଛନ୍ତି । ପ୍ରଥମ ଦିନରେ କୋରାପୁଟ ଷ୍ଟାଡିୟମ ପରିଦର୍ଶନ କରିଥିବା ବେଳେ ଦ୍ୱିତୀୟ ଦିନରେ ଜୟପୁର କ୍ରୀଡା କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି ।

ଜୟପୁରରେ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ ପାଇଁ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ୨୦୧୯ ମସିହାରେ ୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ୧୪ ଏକର ପରିମିତ ଜମିରେ କ୍ରୀଡ଼ାର ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ କୋଟି ଟଙ୍କା ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଛି । ସେପଟେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ଏଭଳି ଅଚାନକ ଗସ୍ତକୁ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.