ସିବିଏସ୍ଇ ଆଥଲେଟିକ୍ ମିଟରେ ଓଡ଼ିଆ ଝିଅ ଅଂଶିକାଙ୍କ ରେକର୍ଡ଼

ଭୁବନେଶ୍ବର (କେନ୍ୟୁଜ୍) : କର୍ଣ୍ଣାଟକର ଦାବଣଗେର ଠାରେ ଅନୁଷ୍ଠିତ ହେଉଛି ୨୩ତମ ସିବିଏସ୍ଇ ଜାତୀୟ ଆଥଲେଟିକ୍ ମିଟ୍ । ଏଥିରେ ନୂଆ ଜାତୀୟ ରେକର୍ଡ଼ କରିଛନ୍ତି ଓଡ଼ିଆ ଝିଅ ଅଂଶିକା ରାଉତରାୟ । ସେ ୧୪ ବର୍ଷରୁ କମ୍ ବାଳିକା ସଟପୁଟରେ ୧୧.୪୫ ମିଟର ଦୂରକୁ ଲୌହବଲ୍ ଫିଙ୍ଗି ନୂଆ ମିଟ୍ ରେକର୍ଡ଼ କରିଛନ୍ତି । ପୂର୍ବର ରେକର୍ଡ଼ ଥିଲା ୧୧.୨୩ ମିଟର । ଅଂଶିକା ହେଉଛନ୍ତି ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କ ଝିଅ । ସେ ପୂର୍ବରୁ ମଧ୍ୟ ଜାତୀୟ ଜୁନିୟ ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗୌରବ ଆଣିଥିଲେ ।