ଚାମ୍ପିଅନ୍ସ ଟ୍ରଫି : ସେମିରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର, ବିଦା ହେଲା ଆୟୋଜକ ଟିମ୍ ପାକିସ୍ତାନ

ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ପହଞ୍ଚିଛି । ଆଉ ବାଂଲାଦେଶ ହାରିବା ପରେ ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ । ଚାମ୍ପିଅନ୍ସ ଟ୍ରଫିରୁ ବିଧିବଦ୍ଧ ଭାବେ ବିଦା ହୋଇଛି ଆୟୋଜକ ଟିମ୍ ପାକିସ୍ତାନ । ନ୍ୟୁଜିଲାଣ୍ଡ ଠାରୁ ପରାଜୟ ସହ ବାଂଲାଦେଶ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ରେସରୁ ଆଉଟ ହୋଇଛି ।
ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରେ ତିଷ୍ଠି ରହିବାକୁ ଅନ୍ୟ ଟିମର ଫଳାଫଳ ଉପରେ ନିର୍ଭର କରୁଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ଠାରୁ ବାଂଲାଦେଶ ପରାଜିତ ହେବା ପରେ ପାକିସ୍ତାନର ଆଶା ଧୂଳିସାତ ହୋଇଛି । ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚ୍ ପାକିସ୍ତାନ ପାଇଁ କେବଳ ଔପଚାରିକତା ପାଲଟିଛି ।
୭ ବର୍ଷ ପରେ ଆୟୋଜକ ଦେଶ ହେବାର ସୌଭାଗ୍ୟ ମିଳିଥିଲା । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଚାଲିଥିବା ବେଳେ ନିଜେ ଆୟୋଜକ ବିଦା ହୋଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ପାକିସ୍ତାନ । ଲଜ୍ଜ୍ୟାଜନକ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଭାରତଠୁ ହାରିବା ପରେ ଏକପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଥିଲା କିନ୍ତୁ ଶେଷ ଆଶା ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ଥିଲା । ବାଂଲାଦେଶ କିୱି ଦଳଠୁ ହାରିବା ପରେ ପାକ୍ ଚାମ୍ପିଅନ୍ସ ଟ୍ରଫିକୁ ଆଉଟ୍ ହୋଇଛି ।
ଲଜ୍ଜ୍ୟାଜନକ ଭାବେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ଷ୍ଟେଜରୁ ବିଦା ହୋଇଛି ରିଜୱାନ ସ୍କ୍ବାର୍ଡ । ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ପ୍ରର୍ଯ୍ୟାୟରେ ୨ଟି ଯାକ ମ୍ୟାଚରେ ପରାସ୍ତ ହୋଇଥିଲା ପାକିସ୍ତାନ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ୬୦ରନରେ ହାରିଥିଲା । ଦ୍ବିତୀୟ ମ୍ୟାଚରେ ଭାରତ ବିପକ୍ଷରେ ହାରିଥିଲା ।
ଗ୍ରୁପ୍ ଏରୁ ସେମିଫାଇନାଲ ଟିକେଟ ହାତେଇଲେ ଭାରତ ଓ ନ୍ୟୁଜିଲାଣ୍ଡ । ୨ଟି ଲେଖାଏଁ ପରାଜୟ ସହ ଉଭୟ ପାକିସ୍ତାନ ଓ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି ।
ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ୪ ମାର୍ଚ୍ଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ମ୍ୟାଚ ଅପରାହ୍ନ ୨ଟା୩୦ ମିନିରେ ଖେଳାଯିବ । ସେହିପରି ଦ୍ବିତୀୟ ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୫ ତାରିଖରେ ଖେଳାଯିବ ।
Also Read : ପାକିସ୍ତାନ ବିପକ୍ଷ ମ୍ୟାଚରେ ୭ କୋଟି ଟଙ୍କାର ଘଣ୍ଟା ପିନ୍ଧି ଖେଳୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଆଶ୍ଚର୍ଯ୍ୟ ହେଲେ…