କ୍ରୀଡା

ଆଜିଠୁ ଟି-୨୦ ବିଶ୍ୱକପର ସେମିଫାଇନାଲ୍‌ ଟକ୍କର, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ

ଆଜିଠାରୁ ଟି-୨୦ ବିଶ୍ୱକପର ସେମିଫାଇନାଲ୍‌ ଟକ୍କର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ସିଡନୀରେ ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍‌ ଖେଳାଯିବ । ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଜବରଦସ୍ତ ଫର୍ମରେ ଅଛି । ଗ୍ରୁପ-୧ରୁ ପ୍ରଥମ ଦଳ ଭାବରେ ସେମି ଟିକେଟ ହାତେଇଥିଲା । ସେପଟେ ପାକିସ୍ତାନ ଚଳିତ ବିଶ୍ୱକପରେ ନାଟକୀୟ ଭାବରେ ସେମିରେ ଏଣ୍ଟ୍ରି ମାରିଛି । ଉତଥାନ ପତ୍ତନ ଦେଇ ସେମିରେ ପହଞ୍ଚିଛି ପାକିସ୍ତାନ । ଟି-ଟେ୍ଵଣ୍ଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନର ପଲା ଭାରି ରହିଛି । ଉଭୟ ଦଳ ୬ ଥର ମୁହାଁମୁହିଁ ହୋଇଛନ୍ତି ।

ପାକିସ୍ତାନ ୪ଥର ବିଜୟୀ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ଜିତିଛି ମାତ୍ର ୨ ଥର । ସେହିପରି ଆଇସିସି ବିଶ୍ୱକପ୍‌ ଇତିହାସରେ ଉଭୟ ଦଳ ସେମିଫାଇନାଲରେ ୩ ଥର ମୁହାଁମୁହିଁ ହୋଇଛନ୍ତି । ପ୍ରତିଥର କିନ୍ତୁ ବାଜି ମାରିଛି ପାକିସ୍ତାନ । ୧୯୯୨ ଦିନିକିଆ ବିଶ୍ୱକପ ସେମିରେ ଅପ୍ରତ୍ୟାଶିତ ଭାବରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ପାକିସ୍ତାନ । ସେଥର ବିଜେତା ହୋଇଥିଲା ଇମ୍ରାନ୍‌ ଖାନଙ୍କ ନେତୃତ୍ୱାଧୀନ ପାକ୍‌ ଟିମ୍‌ । ସେହିପରି ୧୯୯୯ ଦିନିକିଆ ବିଶ୍ୱକପ୍‌ ଓ ୨୦୦୭ ଟି-ଟେ୍ଵଣ୍ଟି ବିଶ୍ୱକପ ସେମିଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାଜୟର ମୁହଁ ଦେଖାଇଥିଲେ ପାକିସ୍ତାନ ।

ଅନ୍ୟପଟେ ବିଶ୍ୱକପର ଗତ ୪ଟି ସଂସ୍କରଣରେ ସେମିକୁ ଯାଇଥିଲେ ବି ଟ୍ରଫି ଜିତି ପାରିନି ବ୍ଲାକ କ୍ୟାପ୍‌ ଦଳ । ସିଡନୀ ଗ୍ରାଉଣ୍ଡ କିନ୍ତୁ ନ୍ୟୁଜିଲାଣ୍ଡ ଟିମକୁ ସୁହାଇବ ବୋଲି କୁହାଯାଉଛି । ପାକିସ୍ତାନର ବ୍ୟାଟଂ ଲାଇନ ଅପ୍‌କୁ ବିଗାଡି ପାରିଲେ କିଓ୍ଵି ଦଳର ବିଜୟ ସମ୍ଭାବନା ଅଧିକ ରହିବ । ସେପଟେ ଆସନ୍ତାକାଲି ଦ୍ୱିତୀୟ ସେମିରେ ଇଂଲଣ୍ଡକୁ ଭେଟିବ ଭାରତ ।

Barsha

Recent Posts

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

2 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

6 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

7 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago

ରାଜ୍ୟରେ ମୌସୁମୀ ପ୍ରଭାବ, ୨୬ ତାରିଖରେ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା । ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି ।…

1 hour ago