ଟେ୍ଵଣ୍ଟି ୨୦ ସିରିଜ ପରାଜୟର ବଦଲା ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ, ଅକଲାଣ୍ଡରେ ଟିମ ଇଣ୍ଡିଆକୁ ୨୨ ରନରେ ହରାଇ ଆଗୁଆ ସିରିଜ କବଜା କରିଛି କ୍ୱିଓ୍ଵି ଟିମ

କେନ୍ୟୁଜ୍(ବ୍ୟୁରୋ):  ଟେ୍ଵଣ୍ଟି ୨୦ ସିରିଜ ପରାଜୟର ବଦଲା ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ । ଅକଲାଣ୍ଡରେ ଟିମ ଇଣ୍ଡିଆକୁ ୨୨ ରନରେ ହରାଇ ଆଗୁଆ ସିରିଜ କବଜା କରିଛି କ୍ୱିଓ୍ଵି ଟିମ । ୨୭୪ ରନ ଟାର୍ଗେଟକୁ ପିଛା କରୁଥିବା ବିରାଟ ଆଣ୍ଡ କୋ ୨୫୧ ରନ କରି ଅଲଆଉଟ ହୋଇଛି । ୯୬ ରନରେ ୫ଟି ଓ୍ଵିକେଟ ହରାଇ ବ୍ୟାଟିଂ ବିପଯ୍ୟୟର ଶୀକାର ହୋଇଥିବା ଭାରତ ୪୮ ଦଶମିକ ୩ ଓଭରରେ ସମସ୍ତ ଓ୍ଵିକେଟ ହରାଇଥିଲା । ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫୫ ରନ କରିଥିବା ବେଳେ ଶ୍ରେୟଶ ଆୟର ୫୨, ସାଇନୀ ୪୫ ଓ ଅଧିନାୟକ କୋହଲି ୧୫ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟନ ମାନେ ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ତିଷ୍ଠିପାରିନଥିଲେ । ଟସ ହାରି ବ୍ୟାଟିଂ କରିଥିବା କ୍ୱିଓ୍ଵି ଟିମ ୮ ଓ୍ଵିକେଟ ହରାଇ ୨୭୩ ରନ କରିଥିଲା । ଗୁପଟିଲ ୭୯ ଓ ଟେଲର ୭୨ ରନ କରି ଦଳୀୟ ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଚହଲ ୩ଟି ଓ ଠାକୁର ୨ଟି ଓ୍ଵିକେଟ ନେଇଥିଲେ । ଆଜିର ବିଜୟ ସହ ନ୍ୟୁଜିଲାଣ୍ଡ ୩ ଟିକିଆ ସିରିଜକୁ ଆଗୁଆ କବଜା କରିଛି । ସିରିଜର ଶେଷ ମ୍ୟାଚ ମଙ୍ଗଳବାର ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.