ମୁମ୍ବାଇ ଟେଷ୍ଟ ୨୫ ରନରେ ଜିତିଲା ନ୍ୟୁଜିଲାଣ୍ଡ, ସିରିଜ କଲା କ୍ଲିନ ସ୍ବିପ୍

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚକୁ ୨୫ ରନରେ ଜିତିନେଇଛି କିୱି ଟିମ୍ । ମୁମ୍ବାଇ ୱାଙ୍ଖଡେରେ ଚାଲିଥିବା ମ୍ୟାଚ ମାତ୍ର ୩ ଦିନରେ ଶେଷ ହୋଇଛି । ସିରିଜକୁ ୩-୦କ୍ଲିନ ସ୍ବିପ କରିଛି ନ୍ୟୁଜିଲାଣ୍ଡ ।
ଭାରତ ଲଞ୍ଚ ବ୍ରେକ ପର୍ଯ୍ୟନ୍ତ ୬ ୱିକେଟ ହରାଇ ୯୨ ରନ କରିଥିଲା । ୧୪୭ ରନକୁ ଟାର୍ଗେଟ କରି ଭାରତ୨୫ ରନରେ ହାରିଛି ।
ଭାରତକୁ ୨୪ ବର୍ଷ ପରେ କ୍ଲିନ ସ୍ୱିପର ସାମ୍ନା କରିବାକୁ ପଡିଛି । ତେବେ ନ୍ୟୁଜିଲାଣ୍ଡର ବିଜୟରେ ସ୍ପିନ ବୋଲର ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଭାରତୀୟ ଟିମ୍ ନିଜର ଦ୍ୱିତୀୟ ପାଳିରେ ୧୨୧ ରନ୍ କରିପାରିଥିଲେ । ଏହି ବିଜୟ ସହ କ୍ବିଓ୍ବି ଟିମ୍ ୩-୦ରେ ସିରିଜ୍ କବ୍ଜା କରିଛି । ନ୍ୟୁଜିଲାଣ୍ଡର ଏଜାଜ ପଟେଲ୍ ଦ୍ବିତୀୟ ପାଳିରେ ୬ ଓ୍ବିକେଟ ନେଇଥିଲେ । ଏଜାଜ୍ ପ୍ରଥମ ଇଂନିସରେ ୫ ଓ୍ବିକେଟ ନେଇଥିଲେ ।
୨୪ ବର୍ଷ ପରେ ଘରୋଇ ମଇଦାନରେ ଟେଷ୍ଟ ସିରିଜ୍ ହାରିଛି ଭାରତୀୟ ଟିମ୍ । ଏହାପୂର୍ବରୁ ୨୦୦୦ରେ ସାଉଥ୍ ଆଫ୍ରିକା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ରେ ହରାଇଥିଲା । ଏହାସହିତ ପ୍ରଥମଥର ପାଇଁ ଭାରତୀୟ ଟିମ୍ ନିଜ ଘରୋଇ ମାଟିରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ହାରିଛି । ତୃତୀୟ ଟେଷ୍ଟରେ ଭାରତ ୨୫ ରନରେ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଅଷ୍ଟ୍ରେଲିଆ ଏବେ ୧ନଂ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ଓ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ସିରିଜ ବିଜୟ ସହ ୪ର୍ଥକୁ ଉଠିଛି।