ପାକିସ୍ତାନରେ ମ୍ୟାଚ ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ, ବାତିଲ ହେଲା ଖେଳ

ପାକିସ୍ତାନରେ କ୍ରିକେଟ୍‌ ମ୍ୟାଚ୍‌ ଖେଳିବା ସୁରକ୍ଷିତ ନୁହେଁ । ପାକିସ୍ତାନ ସହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାତିଲ କଲା ନ୍ୟୁଜିଲାଣ୍ଡ । ସୁରକ୍ଷା କାରଣରୁ ପାକିସ୍ତାନ ମାଟିରେ ମ୍ୟାଚ୍‌ ଆରମ୍ଭର ଶେଷ ମୁହୂର୍ତ୍ତରେ ଗସ୍ତ ବାତିଲ୍‌ କିଓ୍ଵି ବାହିନୀ । ଆଜି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ରାଓଲପିଣ୍ଡିରେ ତିନି ଟିକିଆ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବାର ଥିଲା । ଟସ୍‌ ପଡ଼ିବାର ମାତ୍ର କିଛି ମିନିଟ ପୂର୍ବରୁ ଖେଳିବାକୁ ମନା କରିଥିଲା ନ୍ୟୁଜିଲାଣ୍ଡ । ସେମାନଙ୍କୁ ଧମକ ଆସିଥିବା ସୂଚନା ମିଳିଛି । ନ୍ୟୁଜିଲାଣ୍ଡ ସରକାର ଏନେଇ ପରାମର୍ଶ ଜାରି କରିବା ପରେ ପାକିସ୍ତାନ ଟୁର୍‌ ବାତିଲ କରିଛି କିଓ୍ଵି ଦଳ । ସୁରକ୍ଷା କାରଣରୁ ପୂରା ସିରିଜକୁ ବାତିଲ କରାଯାଇଛି । ଏବେ ଟିମ୍‌ ସ୍ୱଦେଶ ଫେରିବ ।

ସେପଟେ ପାକିସ୍ତାନ କ୍ରିକେଟ ବୋର୍ଡ କହିଛି, କ୍ରିକେଟ ସିରିଜ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଓ ପାକିସ୍ତାନ ସରକାର ସମସ୍ତ ସୁରକ୍ଷା ବନ୍ଦୋବସ୍ତ କରିଥିଲେ । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡକୁ ବି ସୁନିଶ୍ଚିତ କରାଯାଇଥିଲା । ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ସୁରକ୍ଷା ସୁନିଶ୍ଚିତ କରିଥିଲେ । ପାକିସ୍ତାନ ଗସ୍ତରେ ଆସି କିଓ୍ଵି ଦଳ ରାଓଲପିଣ୍ଡିରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାର ଥିଲା । ଏହାପରେ ଲାହୋରରେ ୫ଟି ଟି-ଟେ୍ଵଣ୍ଟି ମ୍ୟାଚ୍‌ ଖେଳିବା କାର୍ଯ୍ୟକ୍ରମ ରହିଥିଲା । ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନରେ ମ୍ୟାଚ୍‌ ଖେଳିବାକୁ ଯାଇଥିଲା ନ୍ୟୁଜିଲାଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.