ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମୁହଁରେ ଭାରତର ଜୟଗାନ। ହାମିଲଟନ୍ ଟ୍ବେଣ୍ଟି-୨୦ରେ ଭାରତର ସନଦାର ପ୍ରଦର୍ଶନ ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମନ ମୋହିନେଇଥିଲା। ଭାରତୀୟ ଖେଳାଳିଙ୍କ ଲଢ଼ୁଆ ମନୋଭାବରେ ପ୍ରଭାବିତ ହୋଇ ଜଣେ ନ୍ୟୁଜିଲାଣ୍ଡ ପ୍ରଶଂସକ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସଂପୃକ୍ତ କିୱି ପ୍ରଶଂସକ ଜଣକ ଭାରତୀୟ ପ୍ରଶଂସକଙ୍କଠାରୁ ‘ଭାରତ ମାତା କି ଜୟ’ ଉଚ୍ଚାରଣ ଧିରେ ଧିରେ କରି ଶିଖିଥିଲେ । ଏହାପରେ ଯୋରରେ କହିଥିଲେ ଭାରତ ମାତା କି ଜୟ । ଏହି ୧୬ ସେକେଣ୍ଡର ଭିଡିଓକୁ ଦେଖିଲେ ଗର୍ବରେ ଛାତି ଫୁଲିଉଠୁଛି ।
ଦେଖନ୍ତୁ ଭିଡିଓ: