ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ୬୫ ରନରେ ଜିତିଲା ନ୍ୟୁଜିଲାଣ୍ଡ

ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ଆଜିର ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ଶ୍ରୀଲଙ୍କା। ଶ୍ରୀଲଙ୍କା ୧୦୨ ରନରେ ଅଲଆଉଟ୍‌ ହୋଇଛି। ନ୍ୟୁଜିଲାଣ୍ଡ ଟିମ୍‌ ୬୫ ରନରେ ମ୍ୟାଚ ଜିତିଛି। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍‌ । ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୬୭ ରନର ଟାର୍ଗେଟ ଦେଇଥିଲା।

ଏହି ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଦଳ ମଇଦାନକୁ ଓହ୍ଲାଇଥିଲା। ନିଶାଙ୍କ ଏବଂ କୁଶାଲ ମେଣ୍ଡିସ ଓପନିଂ ପାଇଁ ଆସିଥିଲେ। ହେଲେ ନ୍ୟୁଜିଲାଣ୍ଡର ଟିମ୍‌ ସାଉଦୀଙ୍କ ପ୍ରଥମ ଓଭରର ୫ମ ବଲରେ ଆଉଟ୍‌ ହୋଇଥିଲେ ନିଶାଙ୍କ। ଲଙ୍କା ଦଳକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ୦ ରନରେ ପଥୁମ ନିଶାଙ୍କ ଆଉଟ୍‌ ହୋଇଥିବା ବେଳେ କୁଶାଲ ମଣ୍ଡିସ ୪ ରନ୍‌ କରି ବୋଲ୍ଟଙ୍କ ଶିକାର ହୋଇଥିଲେ। ଏହା ପରେ ଧନଞ୍ଜୟ ଡିସଲଭା ଶୂନ, ଚାରିର୍ଥ ଅସଲଙ୍କା ୪ ରନ କରି ଆଉଟ ହୋଇଥିଲେ। ମାତ୍ର ୮ ରନରେ ଶ୍ରୀଲଙ୍କା ୪ଟି ଓ୍ଵିକେଟ ହରାଇଥିଲା। ପରେ ରାଜପକ୍ଷେ ଆସି ଟିମ୍‌କୁ ସମ୍ଭାଳିଥିଲେ। ସେ ୨୨ ବଲରେ ୩୪ ରନ୍‌ କରିଥିଲେ। କରୁଣାରତ୍ନେ ୩ ରନ୍‌ କରି ଆଉଟ ହୋଇଥିଲେ। ହସରଙ୍ଗା ମଧ୍ୟ ୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଧସୁନ ଶାନକା ୩୫ ରନ୍‌ କରି ବୋଲ୍ଟଙ୍କ ଶିକାର ହୋଇଥିଲେ।

ନ୍ୟୁଜିଲାଣ୍ଡ ତରଫରୁ ସବୁଠାରୁ ଅଧିକ ୩ ଓ୍ଵିକେଟ ଟ୍ରେଣ୍ଟ ବୋଲ୍ଟ ନେଇଛନ୍ତି। ମିଚେଲ ୨ଟି, ସାଉଦୀ, ସୋଢି, ଫେରଗୁସନ ୧ଟି ଲେଖାଏଁ ଓ୍ଵିକେଟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.