ହାମିଲଟନରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ: ଟସ୍ ଜିତି ଫିଲଡିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ

କେନ୍ୟୁଜ୍(ବ୍ୟୁରୋ): ହାମିଲଟନର ସିଡନୀ ପାର୍କ ଷ୍ଟାଡିୟମରେ ଭାରତ – ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ । ଟସ୍ ଜିତି ଫିଲଡିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ । ପ୍ରଥମେ ଭାରତର ବ୍ୟାଟିଂ । ପ୍ରଥମ ମ୍ୟାଚ୍ ଜିତି ସିରିଜରେ ୧-୦ ଆଗରେ ରହିଛି ଘରୋଇ ଦଳ ନ୍ୟୁଜିଲାଣ୍ଡ । ତେଣୁ ଭାରତ ପାଇଁ ଏବେ କର ବା ମର ସ୍ଥିତି ।
ଆଜିର ମ୍ୟାଚ୍ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବାକୁ ମଇଦାନକୁ ଓହ୍ଲାଇଛି ଧଓ୍ଵନ ବାହିନୀ । ଟିମ୍ରେ ଦୁଇଟି ପରିବର୍ତ୍ତନ ହୋଇଛି । ସାର୍ଦ୍ଦୁଲ ଠାକୁର ଓ ସଞ୍ଜୁ ସାମସନଙ୍କ ବଦଳରେ ଦୀପକ ହୁଡା ଓ ଦୀପକ ଚହର ଖେଳୁଛନ୍ତି । ପ୍ରଥମ ମ୍ୟାଚ୍ରେ ଫେଲ୍ ମାରିଥିଲା ବୋଲିଂ । ଦଳ ୩୦୬ ରନ କରିଥିଲେ ବି ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦଳ ପାଇଁ ଆଣିଥିଲା ବିପର୍ଯ୍ୟୟ ।