ନାପିଏର୍ : ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଘରୋଇ ନ୍ୟୁଜିଲାଣ୍ଡ ଧରାଶାୟୀ ହୋଇଛି । ଏଠାକାର ମ୍ୟାକଲିନ୍ ପାର୍କରେ ଖେଳା ଯାଉଥିବା ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରେ ମହମ୍ମଦ ସାମି ଓ କୁଲଦୀପ ଯାଦବ ଏବଂ ଯୁଜବେନ୍ଦ୍ର ଚହଲ ଚହଳ ପକାଇଛନ୍ତି । ଯାହାଫଳରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ମାତ୍ର ୩୮ ଓଭରରେ ୧୫୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଜବାବରେ ଭାରତୀୟ ଦଳ କୌଣସି ଓ୍ଵିକେଟ୍ ନହରାଇ ୯ ଓଭରରେ ୪୧ ରନ୍ କରିଛି ।
ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ ୮୧ ବଲ୍ ଖେଳି ସର୍ବାଧିକ ୬୪ ରନ୍ ସ୍କୋର କରିଥିଲେ । ତାଙ୍କ ବ୍ୟତୀତ ଆଉ ୪ ଜଣ ବ୍ୟାଟ୍ସ ମ୍ୟାନ୍ ୧୦ ରନ୍ ଅତିକ୍ରମ କରି ପାରିଥିଲେ । ସାମି ୧୯ ରନ୍ରେ ୩ଟି, ଚହଲ ୪୩ ରନ୍ରେ ୨ଟି ଏବଂ କୁଲଦୀପ ଯାଦବ ୩୯ ରନ୍ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ଦଖଲ କରିଛନ୍ତି । ସାମି ଦିନିକିଆରେ ୧୦୦ ଓ୍ଵିକେଟ୍ ପୂରଣ କରିଛନ୍ତି । ସେ ୫୬ଟି ମ୍ୟାଚ୍ ଖେଳି ଏହି ସଫଳତା ଲାଭ କରିଛନ୍ତି । ଏହି ସଫଳତା ଲାଭ କରିବାରେ ସେ ଭାରତ ପକ୍ଷରୁ ସବୁଠାରୁ ଦ୍ରୁତ ତମ ବୋଲର୍ ହୋଇଛନ୍ତି ।
100 ODI wickets and counting for @MdShami11 👏👏#TeamIndia #NZvIND pic.twitter.com/3RVvthg1CH
— BCCI (@BCCI) 23 January 2019
ବିରତି ସୁଦ୍ଧା ଭାରତ କୌଣସି ଓ୍ଵିକେଟ୍ ନହରାଇ ୯ ଓଭରରେ ୪୧ ରନ୍ କରିଛି । ରୋହିତ ଶର୍ମା ୧୧ ଓ ଶିଖର ଧବନ୍ ୩୨ ବଲ୍ରୁ ୨୯ ରନ୍ କରିଛନ୍ତି । ଏହି ଇନିଂସ୍ ବେଳେ ଓପ୍ନର ଧବନ୍ ଦିନିକିଆ ଆନ୍ତର୍ଜାତିକରେ ୫ ହଜାର ରନ୍ ପୂରଣ କରିଛନ୍ତି ।

ସ୍କୋର : ନ୍ୟୁଜିଲାଣ୍ଡ-୧୫୭, ୩୮ ଓଭର (ଓ୍ଵଲିୟମସନ୍ ୬୪, ରଜ୍ ଟେଲର୍ ୨୪, ଲଥାମ୍ ୧୧, ନିକୋଲ୍ସ ୧୨, କାଣ୍ଟନର୍ ୧୪ । ସାମି ୬-୨-୧୯-୩, ଚହଲ ୧୦-୦-୪୩-୨, କୁଲଦୀପ ଯାଦବ ୧୦-୧-୩୯-୪, କେଦାର ଯାଦବ ୩-୦-୧୭-୧) ।
ଭାରତ : ୪୧ /୦, ୯ ଓଭର ।