ଆଇସିସି ଟି୨୦ ବିଶ୍ୱକପ ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୫ ଉଇକେଟରେ ହରାଇ ନିଉଜିଲାଣ୍ଡ ଫାଇନାଲରେ

ଆବୁଧାବି : ଚଳିତ ଆଇସିସି ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ନିଉଜିଲାଣ୍ଡ । ଆଜି ପ୍ରଥମ ସେମିଫାଇନାଲରେ ନିଉଜିଲାଣ୍ଡ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି ।
ନିଉଜିଲାଣ୍ଡ ଆଜି ଟସ ଜିତି ବୋଲିଂ ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪ ଉଇକେଟରେ କରିଥିଲା ୧୬୬ ରନ । ଜବାବରେ ନିଉଜିଲାଣ୍ଡ ୫ ଉଇକେଟ ହରାଇ ମ୍ୟାଚ ଜିତି ନେଇଥିଲା ।
ଶେଷ ୫ ଓଭରରେ ନିଉଜିଲାଣ୍ଡକୁ ଜିତିବା ପାଇଁ ୬୦ ରନ ଦରକାର ଥିଲା । ତିନି ଓଭରରେ ୪୦ ରନ ସଂଗ୍ରହ କରିବା ପରେ ଶେଷ ଦୁଇ ଓଭରରେ ଦରକାର କରୁଥିଲା ୨୦ ରନ । ଓପନର ଡାରିଲ ମିଚେଲ ଧମାକାଦାର ବ୍ୟାଟିଂ କରି ଦଳକୁ ୧୯ ଓଭରରେ ଜିତାଇ ଦେଲେ । ମିଚେଲ ୪୭ ବଲରେ ୭୨ ରନ କରିଛନ୍ତି । ଏଥିରେ ୪ଟି ଚୌକା ଓ ୪ଟି ଛକା ମାରିଥିଲେ । ନିଉଜିଲାଣ୍ଡ ୧୯ ଓଭରରେ ୫ ଉଇକେଟ ହରାଇ ୧୬୭ ରନ କରିଛି ।

ପ୍ରଥମ ଥର ପାଇଁ ନିଉଜିଲାଣ୍ଡ ଟି ୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା କାଲି ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

 

score-2

 

score-3

 

Leave A Reply

Your email address will not be published.