ପ୍ରଥମ ଦିନିକିଆରେ ଭାରତକୁ ୪ ଓ୍ଵିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ହାମିଲଟନ୍‌ : ଶ୍ରେୟସ ଆୟରଙ୍କ ଶତକ ଉପରେ ଭାରୀ ପଡ଼ିଲା ରଜ୍‌ ଟେଲରଙ୍କ ଶତକ । ଆଉ ଲଗାତର ଭାବେ ୫ଟି ଟି-୨୦ ହାରିବା ପରେ ଚଳିତ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ହରାଇଛି ନ୍ୟୁଜିଲାଣ୍ଡ । ୩୪୮ ରନ୍‌ର ବିଜୟଲକ୍ଷ୍ୟକୁ ଘରୋଇ ଦଳ ୬ ଓ୍ଵିକେଟ୍‌ ହରାଇ ୪୮.୧ ଓଭର୍‌ରେ ପୂରଣ କରିଛି ।
ନ୍ୟୁଜିଲାଣ୍ଡ ତରଫରୁ ଓପ୍ନର ମାର୍ଟିନ୍‌ ଗପଟିଲ୍‌ ୩୨ ଏବଂ ନିକୋଲସ୍‌ ୭୮ ରନ୍‌ ସ୍କୋର କରିଥିଲେ । ଏମାନେ ପ୍ରଥମ ଓ୍ଵିକେଟ୍‌ରେ ୮୫ ରନ୍‌ ଯୋଡ଼ିଥିଲେ । ଏମାନଙ୍କ ପରେ ଟେଲର୍‌ ଏବଂ ଲଥାମ୍‌ ଚତୁର୍ଥ ଓ୍ଵିକେଟ୍‌ରେ ୧୩୮ ରନ୍‌ ଯୋଡ଼ି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ଲଥାମ୍‌ ୪୮ ବଲ୍‌ରୁ ଦ୍ରୁତ ୬୭ ରନ୍‌ (୮ ଚୌକା ଓ ୨ ଛକା) କରିଥିଲେ । ଟେଲର୍‌ ୮୪ ବଲ୍‌ରେ ୧୦୯ ରନ୍‌ କରି ଅପରାଜିତ ରହିଥିଲେ । ସେ ୧୦ଟି ଚୌକା ଓ ୪ଟି ଛକା ମାରିଥିଲେ । ସାଣ୍ଟନର ୧୨ ରନ୍‌ କରି ତାଙ୍କ ସହିତ ଅପରାଜିତ ରହିଥିଲେ ।

LATHAMA AND TAYLORଭାରତ ତରଫରୁ କୁଲଦୀପ ଯାଦବ ୮୪ ରନ୍‌ ଦେଇ ସର୍ବାଧିକ ୨ଟି ଓ୍ଵିକେଟ୍‌ ନେଇଥିଲେ । ସାମି ଓ ଠାକୁରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା । ପୂର୍ବରୁ ଭାରତୀୟ ଦଳ ନିର୍ଦ୍ଧାରିତ ୫୦ଓଭର୍‌ରେ ୪ ଓ୍ଵିକେଟ୍‌ ହରାଇ ୩୪୭ ରନ୍‌ କରିଥିଲା ।
ପ୍ରାୟ ୭୦୦ ରନ୍‌ ହୋଇଥିବା ଏହି ପଡ଼ିଆରେ ଆହୁରି ଅଧିକ ରନ୍‌ ହୋଇ ପାରିବ ବୋଲି ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନ ଦର୍ଶାଇ ଦେଇଛନ୍ତି ।

ସ୍କୋର : ଭାରତ-୩୪୭/୪ । ନ୍ୟୁଜିଲାଣ୍ଡ-୩୪୮/୬, ୪୮.୧ ଓଭର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.