ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ : ନ୍ୟୁଜିଲାଣ୍ଡ ଏକାଦଶକୁ ୨୩୫ ରନ୍‌ରେ ଅଲ୍‌ଆଉଟ୍‌ କଲା ଭାରତ

ହାମିଲଟନ୍‌ : ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି । ଭାରତୀୟ ବୋଲର୍‌ ଚମତ୍କାର ବୋଲିଂ କରିବା ଫଳରେ ନ୍ୟୁଜିଲାଣ୍ଡ ଏକାଦଶ ୨୩୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି । ପ୍ରଥମ ଇନିଂସ୍‌ରେ ୨୬୩ ରନ୍‌ କରିଥିବା ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ୫୯ ରନ୍‌ କରିଛି । ଦୁଇ ଓପ୍ନର ପୃଥ୍ଵୀ ସ ଏବଂ ମୟଙ୍କ ଅଗ୍ରଓ୍ଵାଲ ଯଥାକ୍ରମେ ୩୫ ଓ ୨୩ ରନ୍‌ କରି ଅପରାଜିତ ଅଛନ୍ତି । ବର୍ତ୍ତମାନ ଭାରତ ୮୩ ରନ୍‌ରେ ଆଗୁଆ ରହିଛି ।

SHAMI

ନ୍ୟୁଜିଲାଣ୍ଡ ଏକାଦଶ ତରଫରୁ ଓପ୍ନର ରବୀନ୍ଦ୍ର ୩୪, କୁପର ୪୦, ବ୍ରୁସ୍‌ ୩୧, ମିଚେଲ୍‌ ୪୦ ରନ୍‌ କରିଥିଲେ । ଭାରତ ପକ୍ଷରୁ ବୁମରା, ଯାଦବ ଓ ସାଇନି ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିବା ବେଳେ ସାମି ୧୭ ରନ୍‌ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍‌ ନେଇଛନ୍ତି ।

 

india vs new zeland xi practice match against india

allout in 235 runs in