ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଚ ସେବା ମେଡାଲ

କେନ୍ୟୁଜ୍(ବ୍ୟୁରୋ): ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଚ ସେବା ମେଡାଲ ।  ଟୋକିଓ ଓଲିମ୍ପିକ୍ସର ଏହି ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଛି । ହରିଆଣା ନୀବାସୀ ନୀରଜ ସ୍ଥଳ ସେନାର ଚତୁର୍ଥ ରାଜପୁତାନା ରାଇଫଲ୍ସରେ ସୁବେଦାର ଭାବେ କାର୍ଯ୍ୟରତ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ଜିତି ଏହି ଜାଭେଲିନ ଥ୍ରୋଅର ଦେଶ ପାଇଁ ଗୌରବ ଆଣିଥିଲେ । ୩୮୪ ଲୋକଙ୍କ ନାଁ ବୀରତା ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଆଉ ଏହି ତାଲିକାରେ ରହିଛି ସୁନା ପୁଅ ନୀରୋଜ ଚୋପ୍ରାଙ୍କ ନାଁ ।

୭୩ତମ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ପକ୍ଷରୁ ବୀରତା ପୁରସ୍କାର ଲାଗି ୩୮୪ ଜଣଙ୍କ ନାଁ ଘୋଷଣା ହୋଇଛି । ଏଥିରେ ୧୨ ଜଣଙ୍କୁ ଶୌର୍ଯ୍ୟ ଚକ୍ର, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୧୩ ଜଣଙ୍କୁ ଯୁଦ୍ଧ ସେବା ମେଡାଲ ଦିଆଯିବ । ଏଥିସହ ୧୨୨ ଜଣଙ୍କୁ ବିଶିଷ୍ଟ ସେବା ମେଡାଲ, ୮୧ ଜଣଙ୍କୁ ସେନା ମେଡାଲ (ଗ୍ୟାଲଣ୍ଟ୍ରି), ୨ ଜଣଙ୍କୁ ବାୟୁସେନା ମେଡାଲ୍, ୪୦ ଜଣଙ୍କୁ ସେନା ମେଡାଲ, ୮ ଜଣଙ୍କୁ ନୌସେନା ମେଡାଲ, ୧୪ ଜଣଙ୍କୁ ବାୟୁସେନା ମେଡାଲ (କର୍ତ୍ତବ୍ୟ ପ୍ରତି ସମର୍ପଣ) ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.