ଅଲିମ୍ପିକ୍‌ ପଦକ ବିଜେତାଙ୍କୁ ଇଣ୍ଡିଆ ହାଉସରେ ସମ୍ମାନିତ କଲେ ନୀତା ଅମ୍ବାନୀ

ମନୁଙ୍କୁ ଏକ ପ୍ରେରଣାର ସ୍ରୋତ ଭାବରେ ବର୍ଣ୍ଣନା କରି ନୀତା ଅମ୍ବାନୀ

ପ୍ୟାରିସ୍ : ଭାରତୀୟ ସୁଟର ମନୁ ଭାକର ଓ ସ୍ୱପ୍ନିଲ କୁସାଲେଙ୍କ ସମେତ ଅନ୍ୟ ଭାରତୀୟ ଆଥଲେଟଙ୍କୁ ଇଣ୍ଡିଆ ହାଉସରେ ସ୍ୱାଗତ କଲେ ନୀତା ଅମ୍ବାନୀ । ୨୦୨୪ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତି ଗୌରବ ଆଣିଛନ୍ତି ତାରକା ମହିଳା ସୁଟର ମନୁ ଭାକର ଏବଂ ସ୍ୱପ୍ନିଲ କୁସାଲେ । ଅଲିମ୍ପିକ୍‌ ସଂଘର ସଦସ୍ୟ ନୀତା ଅମ୍ବାନୀ ଖେଳାଳିମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ।

ସେହିପରି ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ, ବିଶ୍ୱ ଚାମ୍ପିୟନ ବକ୍ସର ଲଭଲିନା ବୋର୍ଗୋହେନ, ସ୍କିଟ୍ ସୁଟର ମହେଶ୍ୱରୀ ଚୌହାନ, ଅନନ୍ତଜିତ୍ ସିଂ ନରୁକା, ସୁଟର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଅଞ୍ଜୁମ ମୋଦଗିଲ, ସିଫ୍ଟ କୌର ସମରା, ଇଶା ସିଂ, ରାଇଜା ଧିଲନ୍, ଅନିଶ ଭାନୱାଲା ବିଜୟ ଧନୱାଲା ଏବଂ ବିଜୟବୀର ସିଦ୍ଧୁ, ବକ୍ସର ନିଶାନ୍ତ ଦେବ ତଥା ଆଥଲେଟିକ୍ସ ଦଳର ଅକ୍ଷଦିପ ସିଂ, ପରମଜିତ ସିଂ ବିଷ୍ଟ, ବିକାଶ ସିଂ, ତଜିନ୍ଦର ପାଲ ସିଂ ତୁର, ଅଙ୍କିତା ଧ୍ୟାନୀ, ଜୈସବିନ ଏଲଡ୍ରିନ ଏବଂ ପାରୁଲ ଚୌଧୁରୀଙ୍କୁ ମଧ୍ୟ ନୀତାସମ୍ମାନିତ କରିଥିଲେ ।

ମନୁଙ୍କୁ ଏକ ପ୍ରେରଣାର ସ୍ରୋତ ଭାବରେ ବର୍ଣ୍ଣନା କରି ନୀତା ଅମ୍ବାନୀ । ସେ ଆହୁରି ମଧ୍ୟ କହିଛନ୍ତି, “ପଦକ ଏବଂ ରେକର୍ଡ ଠାରୁ ଉପରେ ହେଉଛି କ୍ରୀଡାର ମାନବୀୟ ଆଭିମୁଖ୍ୟ, ଚରିତ୍ର, କଠିନ ପରିଶ୍ରମ, ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାର କ୍ଷମତା । ସ୍ୱାଗତ କାର୍ଯ୍ୟକ୍ରମ ବ୍ୟତୀତ ଆଥଲେଟ୍ ମାନେ ଇଣ୍ଡିଆ ହାଉସରେ ଭାରତୀୟ ଖାଦ୍ୟର ମଜା ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.