ଇଣ୍ଡିଆ ହାଉସରେ ଏକାଠି ହେଲେ ଭାରତୀୟ ଆଥଲେଟ, ସମ୍ମାନିତ କଲେ ନୀତା ଅମ୍ବାନୀ

ଦୁଇଟି ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏକ ଭଲ ଆରମ୍ଭ କରିଛି। ଭାରତୀୟ ଖେଳାଳିମାନେ ଡେ ଲା ୱିଲେଟ୍ ପାର୍କରେ ଥିବା ଇଣ୍ଡିଆ ହାଉସରେ ପହଞ୍ଚିଥିଲେ । ଯେଉଁଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବ୍ରୋଞ୍ଜ ପଦକ ବିଜେତା ସରବଜୋତ ସିଂ, ରୋହନ ବୋପାନ୍ନା, ଶରତ କମଲ, ମନିକା ବାତ୍ରା ଏବଂ ଅର୍ଜୁନ ବବୁତାଙ୍କ ପରି ଶ୍ରେଷ୍ଠ ଭାରତୀୟ ଆଥଲେଟ୍ ମାନଙ୍କୁ ଇଣ୍ଡିଆ ହାଉସରେ ସମ୍ମାନିତ କରାଯାଇଥିଲା।
ଆଥଲେଟମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୂ ଭେଟିଥିଲେ ଆଇଓସି ସଦସ୍ୟ ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀ । ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ନିର୍ମିତ ଇଣ୍ଡିଆ ହାଉସକୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଭାରତକୁ ପ୍ରତିନିଧିତ୍ୱ କରୁଥିବା ଅନେକ ଭାରତୀୟ ଆଥଲେଟ୍ ଆଜି ଏଠାରେ ଉପସ୍ଥିତ ଅଛନ୍ତି। ଆପଣ ସମସ୍ତେ ଆମମାନଙ୍କୁ ଗର୍ବିତ କରିଛନ୍ତି । ଦ୍ଵିତୀୟ ପଦକ ଜିତି ଆମକୁ ଗୌରବାନ୍ୱିତ କରିଥିବା ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ବିଶେଷ ଧନ୍ୟବାଦ । ସରବଜୋତ ସିଂ ଆଜି ଆମ ସହିତ ଇଣ୍ଡିଆ ହାଉସରେ ଅଛନ୍ତି ଏବଂ ଆମ ସମସ୍ତେ ଛିଡ଼ାହୋଇ ତାଙ୍କୁ ଅଭିବାଦନ ଜଣାଇବା ଉଚିତ।”
ଖେଳାଳିମାନଙ୍କୁ ପାରମ୍ପରିକ ଭାରତୀୟ ଟିକା ସହିତ ଢୋଲ ବଜାଇ ସ୍ୱାଗତ କରାଯାଇଥିଲା। ବିଶ୍ୱର ସର୍ବବୃହତ କ୍ରୀଡ଼ା ମଞ୍ଚରେ ଦେଶକୁ ପ୍ରତିନିଧିତ୍ୱ କରିଥିବାରୁ ସମସ୍ତ ଖେଳାଳିଙ୍କୁ ନୀତା ଅମ୍ବାନୀ କୃତଜ୍ଞତା ଜଣାଇଛନ୍ତି। ଅଲିମ୍ପିକ୍ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଇଣ୍ଡିଆ ହାଉସରେ ଏକ ଡିଜିଟାଲ୍ ଅଗ୍ନି ପ୍ରଜ୍ବଳନ ମଧ୍ୟ କରାଯାଇଥିଲା।