ପୁଣି ଜାତୀୟ ସ୍ତରର ବଡି ବିଲ୍ଡିଂରେ ଚମକିଲେ ମୟୂରଭଞ୍ଜର ନିତେଶ କୁମାର, ଜିତିଲେ ସ୍ୱର୍ଣ୍ଣ ପଦକ

ବାରିପଦା(କେନ୍ଯୁଜ୍) : ପୁଣି ଜାତୀୟ ସ୍ତରର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ବଡି ବିଲ୍ଡିଂରେ ଚମକିଲେ ମୟୂରଭଞ୍ଜ ଯୁବକ ନିତେଶ କୁମାର ବାରିକ । ସିକିମ୍‌ର ଗ୍ୟାଙ୍ଗଟକ୍‌ରେ ଅନୁଷ୍ଠିତ ଜାତୀୟ ସ୍ତରର ଫେଡେରେସନ୍‌ କପ୍‌ରେ ସ୍ୱର୍ଣ୍ଣ ଜିତିଛନ୍ତି ନିତେଶ । ଆଜି ଓଡ଼ିଶା ଫେରିବା ପରେ ବାରିପଦାରେ ନିତେଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ମୟୂରଭଞ୍ଜ ଜିମ୍‌ର ସଦସ୍ୟ ଭାବେ ଦୀର୍ଘ ଦିନରୁ ତାଲିମ୍‌ ଗ୍ରହଣ କରୁଥିଲେ ନିତେଶ । ତାଙ୍କର ଏହି ବିଜୟର ଶ୍ରେୟ ସେ ଜିମ୍‌ର ସମ୍ପାଦକ ନବ କୁମାର ସାହୁ ଏବଂ ଅନ୍ୟ ସଦସ୍ୟଙ୍କୁ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.