କ୍ରୀଡା

ଭାରତର ବିରାଟ ବିଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ, ଶେଷ ଓଭରରେ ନୋ ବଲ୍‌କୁ ନେଇ ପାକ୍‌ ମିଡିଆରେ ବୋବାଲ୍‌

ପାକିସ୍ତାନ ବିପକ୍ଷରେ ଭାରତର ବିରାଟ ବିଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ । ଶେଷ ଓଭରରେ ୧୬ ରନ୍‌ ଆବଶ୍ୟକ ଥିବା ବେଳେ ‘ନୋ’ ବଲ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନ ମିଡିଆର ଅଭିଯୋଗ ଅମ୍ପାୟାର୍‌ ତାଙ୍କ ଟିମ୍‌ ସହ ବେଇମାନ କରିଛନ୍ତି । ମହମ୍ମଦ ନୱାଜଙ୍କ ଶେଷ ଓଭରର ଚତୁର୍ଥ ବଲ୍‌ରେ ବିରାଟ ଛକା ମାରିଥିଲେ । ଏହି ଫୁଲ୍‌ଟସ୍‌ ବଲ୍‌ ବିରାଟଙ୍କ ଅଣ୍ଟା ଉପରେ ଥିବା ନଜରକୁ ଆସିଥିଲା । ଏହାକୁ ଅମ୍ପାୟାର ନୋ ବଲ୍‌ ଦେଇଥିଲେ । ଏହାପରେ ପାକିସ୍ତାନ କ୍ୟାପ୍‌ଟେନ୍‌ ବାବର ଆଜମ୍‌ ଅମ୍ପାୟାର ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା । ବାବରଙ୍କ କହିବା କଥା ଏହି ବଲ୍‌ ଅଣ୍ଟା ତଳକୁ ରହିଛି, କିନ୍ତୁ ଅମ୍ପାୟାରଙ୍କ ମତ ଅଣ୍ଟା ଉପରେ ବଲ୍‌ ଥିବାରୁ ଏହା ନୋ ବଲ୍‌ । ଫଳରେ ଏକ ଏକ୍ସଟ୍ରା ବଲ୍‌ ଏବଂ ଫ୍ରି ହିଟ୍‌ ଯୋଗୁଁ ବିରାଟ ମ୍ୟାଚ୍‌ ଜିତିଥିବା ଅଭିଯୋଗ ହୋଇଛି ।

ଏହାସହ ଫ୍ରି ହିଟ୍‌ ବଲରେ ବୋଲଡ ହୋଇଥିଲେ ବିରାଟ କୋହଲି । ସେହି ବଲରେ ତିନି ରନ ନେଇଥିଲେ କୋହଲି ଓ ଦୀନେଶ କାର୍ତ୍ତିକ । ଏହାକୁ ବାଏ ରନ୍‌ ଦେଇଥିଲେ ଅମ୍ପାୟାର । ବୋଲଡ୍‌ ହେବା ପରେ ଡେଡ୍‌ ବଲ୍‌ ହେବା କଥା । କିନ୍ତୁ ଏହାକୁ ଅମ୍ପାୟାର କେମିତି ୩ ରନ୍‌ ବାଏ ଘୋଷଣା କଲେ ? କାହିଁକି ଡେଡ୍‌ ବଲ ଘୋଷଣା କଲେନି ଅମ୍ପାୟାର ? ଏହାକୁ ନେଇ ମହମ୍ମଦ ରିଜଓ୍ଵାନ୍‌ ଓ ବାବର ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ । ଯାହାକୁ ନେଇ ପାକ୍‌ ମିଡିଆରେ ବବାଲ୍‌ ସୃଷ୍ଟି ହୋଇଛି ।

ଅଷ୍ଟ୍ରେଲିଆ ମେଲବର୍ଣ୍ଣ କ୍ରିକେଟ୍ ପଡ଼ିଆରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ଯେମିତି ବିଜୟ ହାସଲ କଲା ସମସ୍ତେ ଆଶ୍ଚର୍ଯ୍ୟ।  ଏହି ମହାବିଜୟର ମହାନାୟକ ଥିଲେ ବିରାଟ କୋହଲି। କୋହଲି ୫୩ ବଲ୍‌ରେ ୮୨ ରନ୍‌ ମାରି ମ୍ୟାଚ୍ ଜିତାଇବାରେ ମୁଖ୍ୟ ଭୂମିକା ନିଭାଇଛନ୍ତି। ସେ ଶେଷ ପର୍ଯ୍ୟନ୍ତ ଟିମ୍ ପାଇଁ ଲଢ଼େଇ ଜାରି ରଖିଥିଲେ। ଆଉ ମ୍ୟାଚ୍‌ ଜିତିବା ପରେ ଖୁସୀର ଲୁହରେ ଭିଜି ଯାଇଥିଲା କୋହଲିଙ୍କ ଆଖି। ଆଉ ଏହି ସମୟରେ ପଡ଼ିଆ ଭିତରକୁ ପଶି ଆସି କୋହଲିଙ୍କ କାନ୍ଧରେ ଉଠାଇ ନେଇଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା।

ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ସୁପର ୧୨ ପାଇଁ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲା ଖୁବ୍ ରୋମାଞ୍ଚକର ଥିଲା। ୩୪ ରନ୍‌ରେ ୪ ୱିକେଟ୍ ଯାଇସାରିଥିବା ପାଣ୍ଡ୍ୟା ଓ କୋହଲି ଦଳକୁ ସାମ୍ଭାଳିଥିଲେ। ଦୁହେଁ ମିଶି ଦଳର ସ୍କୋର ୩୪ରୁ ୧୪୪କୁ ପହଞ୍ଚାଇଥିଲେ। ମେଲବର୍ଣ୍ଣ ପ୍ୟାଭିଲିୟନରେ ଉପସ୍ଥିତ ଥିବା ୯୦ରୁ ଅଧିକ ଫ୍ୟାନ୍ ବିରାଟଙ୍କ ବିରାଟ ଇନିଂନ୍ସ ଦେଖିଥିଲେ।

Swagatika

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

4 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

6 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

14 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

39 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

48 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago