ବିରାଟ କୋହଲିଙ୍କ One8କୁ ସମଲିଙ୍ଗୀଙ୍କୁ ନୋ ଏଣ୍ଟ୍ରି! ଲୋକେ ରାଗି ଯିବାରୁ ରେଷ୍ଟୁରାଣ୍ଟ ଦେଲା ସଫେଇ; କହିଲା, ଏକୁଟିଆ ପୁରୁଷଙ୍କ ଉପରେ ଲାଗିଛି ରୋକ୍‌

ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ ବିରାଟ କୋହଲିଙ୍କ One8 କମ୍ୟୁନ ରେଷ୍ଟୁରାଣ୍ଟ ସମଲିଙ୍ଗୀ ସମୁଦାୟ ଲୋକଙ୍କୁ ଏଣ୍ଟ୍ରି ନ ଦେବା ନେଇ ଅଭିଯୋଗ ହୋଇଛି। ‘Yes, We Exist’ ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଏହି ଦାବି କରିଛି। ଏକ ପୋଷ୍ଟରେ କୁହାଯାଇଛି କି, ସମଲିଙ୍ଗୀ ଅତିଥିମାନଙ୍କୁ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ପ୍ରବେଶ ନାହିଁ। କୋହଲି ପୁଣେ, ଦିଲ୍ଲୀ ଏବଂ କୋଲକାତାରେ One8 ରେଷ୍ଟୁରାଣ୍ଟ ଚଲାଉଛନ୍ତି। ତାଙ୍କ ଜମାଟୋ ଲିଷ୍ଟିଙ୍ଗ୍‌ରେ କୁହାଯାଇଛି ଯେ Stag (ଏକୁଟିଆ ପୁରୁଷ)ଙ୍କ ପାଇଁ ରେଷ୍ଟୁରାଣ୍ଟରେ କୌଣସି ପ୍ରବେଶ ନାହିଁ।

ପୋଷ୍ଟରେ ଆହୁରି କୁହାଯାଇଛି, କୋହଲିଙ୍କ ରେଷ୍ଟୁରାଣ୍ଟରେ ସମଲିଙ୍ଗୀ ପୁରୁଷମାନଙ୍କୁ ଏଣ୍ଟ୍ରି ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍‌ ଲଗାଇ ଦିଆଯାଇଛି, ଯେତେବେଳେ କି, ସମଲିଙ୍ଗୀ ମହିଳାମାନଙ୍କୁ ଡ୍ରେସ୍‌ ଆଧାରରେ ଏଣ୍ଟ୍ରି ମିଳୁଛି। ଭାରତରେ ଏମିତି ଫ୍ୟାନ୍ସି ରେଷ୍ଟୁରାଣ୍ଟ, ବାର୍‌ ଏବଂ କ୍ଲବ୍‌ଗୁଡ଼ିକରେ LGBTQ ସମୁଦାୟ ସହିତ ଭେଦଭାବ ଏକ ସାଧାରଣ କଥା। ବିରାଟ କୋହଲି ମଧ୍ୟ ଏମିତି କରୁଛନ୍ତି। ଏହି ପୋଷ୍ଟ ପରେ ଲୋକେ ରାଗି ଯାଇଛନ୍ତି। ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ବିରୋଧରେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। କିଛି ଲୋକ ଏହି ପୋଷ୍ଟକୁ ଫେକ୍‌ ବା ଭିତ୍ତିହୀନ ବୋଲି ମଧ୍ୟ କହିଛନ୍ତି।

ସେପଟେ One8 କମ୍ୟୁନ ଏହି ଅଭିଯୋଗ ଉପରେ ସଫେଇ ଦେଇଛି। ରେଷ୍ଟୁରାଣ୍ଟ ତରଫରୁ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ କୁହାଯାଇଛି କି, ‘ଆମେ ବିନା କୌଣସି ଭେଦଭାବରେ ସମସ୍ତ ଲୋକଙ୍କୁ ସ୍ୱାଗତ ଏବଂ ସମ୍ମାନ କରିଥାଉ। ଯେମିତି ଆମର ନାମ, ସେମିତି ଆମେ ସେବା ସହ ଜଡ଼ିତ କାର୍ଯ୍ୟରେ ସବୁବେଳେ ଆଗରେ ରହି ଆସିଛୁ। ଇଣ୍ଡଷ୍ଟ୍ରୀର ଟ୍ରେଣ୍ଡ ଏବଂ ସରକାରୀ ନିୟମଗୁଡ଼ିକୁ ନଜରରେ ରଖି ଆମେ ଏଠାରେ Stagଙ୍କ ଏଣ୍ଟ୍ରି ଉପରେ ରୋକ୍‌ ଲଗାଇଛୁ। ଏହାର ଅର୍ଥ ଏହା ନୁହେଁ ଯେ ଆମେ କୌଣସି ସମୁଦାୟ ବିରୋଧରେ ଅଛୁ କି କାହାର ଅପମାନ କରୁଛୁ’।

ଗ୍ରାହକ ହିଁ ଆମର ପ୍ରାଥମିକତା

ବାସ୍ତବରେ, Stagଙ୍କ ପାଇଁ ରେଷ୍ଟୁରାଣ୍ଟରେ ଏଣ୍ଟ୍ରି ନାହିଁ। ଅର୍ଥାତ୍‌ ଏଠାକୁ କୌଣସି ଯୁବକ ଏକୁଟିଆ ଯାଇ ପାରିବେ ନାହିଁ। ତାଙ୍କ ସହିତ କେହି ଫିମେଲ ପାର୍ଟନର ରହିବା ନିହାତି ଜରୁରୀ। ପୋଷ୍ଟରେ ଆଗକୁ କୁହାଯାଇଛି ଯେ ଏହା ସତ୍ତ୍ୱେ ଯଦି ଅଜାଣତରେ କୌଣସି ଘଟଣା ଘଟୁଛି କିମ୍ବା କୌଣସି ପ୍ରକାର ମିସ୍‌-କମ୍ୟୁନିକେଶନ ହେଉଛି, ତା’ ହେଲେ ଆମେ ଚାହୁଁଛୁ କି, ପ୍ରତ୍ୟେକ ବ୍ୟକ୍ତି ଆମକୁ ଭେଟନ୍ତୁ। ଯାହାଫଳରେ ବିବାଦ ଠିକ୍‌ ଢଙ୍ଗରେ ତୁଟି ପାରିବ। ଆମର ପ୍ରାଥମିକତା ଆମ ଗ୍ରାହକ। ଗ୍ରାହକମାନଙ୍କ ସହିତ ମଜଭୁତ ଏବଂ ଲମ୍ବା ସମ୍ପର୍କ ବନାଇବା ଆମ ସିଷ୍ଟମ୍‌ର ଅଂଶ।

 

View this post on Instagram

 

A post shared by Yes, We Exist (@yesweexistindia)

 

View this post on Instagram

 

A post shared by one8 Commune (@one8.commune)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.