ପ୍ରକାଶ ପାଇଲା ICC ଟେଷ୍ଟ କ୍ରିକେଟିୟର ଅଫ ଦି ଇୟର, ୪ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ଷ୍ଟାର ବୋଲର ଆର ଅଶ୍ୱିନ

ମୁମ୍ବାଇ: ପ୍ରକାଶ ପାଇଲା ICC ଟେଷ୍ଟ କ୍ରିକେଟିୟର ଅଫ ଦି ଇୟର । ଆସିଲା ଶ୍ରେଷ୍ଠ ଟେଷ୍ଟ ଖେଳାଳି ତାଲିକାର ନୋମିନେସନ ତାଲିକା । ICC ପକ୍ଷରୁ ଜାରି ହୋଇଥିବା ୪ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ଷ୍ଟାର ବୋଲର ଆର ଅଶ୍ୱିନ । ଅଶ୍ୱିନଙ୍କ ସହ ଏହି ରେସରେ ସାମିଲ ଅଛନ୍ତି ଇଂଲଣ୍ଡର କ୍ୟାପଟେନ ଜୋ ରୁଟ୍‌, ଶ୍ରୀଲଙ୍କା ବ୍ୟାଟର ଡି କରୁଣରତ୍ନେ ଓ ନ୍ୟୁଜିଲାଣ୍ଡର ପେସ୍‌ ବୋଲର କାଇଲ ଜାମିସନ ।

r awsini

୨୦୨୧ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଅଶ୍ୱିନ । ୮ଟି ମ୍ୟାଚରେ ୫୨ଟି ଓ୍ଵିକେଟ ନେଇଛନ୍ତି ଅଶ୍ୱିନ । ଏହାସହ ସେ ୩୩୭ ରନ କରିଛନ୍ତି । ସେହିଭଳି ଗୋଟିଏ ବର୍ଷରେ ୧୭୦୮ ରନ କରିଛନ୍ତି ଜୋ ରୁଟ୍‌ । କରୁଣାରତ୍ନେ ୭ ମ୍ୟାଚରୁ ୯୦୨ ରନ କରିଛନ୍ତି । ନ୍ୟୁଜିଲାଣ୍ଡ ଖେଳାଳି କାଇଲ ଜାମିସନ୍‌ ୫ଟି ମ୍ୟାଚରେ ୨୭ଟି ଓ୍ଵିକେଟ ନେଇଛନ୍ତି ।

Leave A Reply

Your email address will not be published.