ମ୍ୟାଚ୍‌ ହାରିବା ପରେ ରାଗରେ ଟେନିସ ର‍୍ୟାକେଟ୍‌ ଭାଙ୍ଗିଦେଲେ ଜୋକୋଭିକ୍‌, ଭିଡିଓ ଭାଇରଲ

ନୋଭାକ ଜୋକୋଭିକଙ୍କ ୨୪ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ ଭାଙ୍ଗିଯାଇଗଲା । ଆଉ ରାଗରେ ର‍୍ୟାକେଟକୁ ୨ ଖଣ୍ଡ କରି ଭାଙ୍ଗିଦେଲେ ଜୋକୋଭିକ । ଯାହାର ଭିଡିଓ ଭାଇରଲ ହେଉଛି । ୨୦ ବର୍ଷୀୟ ସ୍ପେନର ଯୁବ ଖେଳାଳି କାଲୋର୍ସ ଆଲକାରାଜ ଓ୍ଵିମ୍ବଲଡନ ୨୦୨୩ ଟାଇଟଲ ଜିତି ଜୋକୋଭିକଙ୍କୁ ହରାଇଥିଲେ ।

ବିଶ୍ୱର ନଂ ୧ ଟେନିସ ଖେଳାଳି ନୋଭାକ ଜୋକୋଭିକଙ୍କ ୨୪ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ ଭାଙ୍ଗିଯାଇଛି । ସ୍ପେନର ଯୁବ ଖେଳାଳି କାଲୋର୍ସ ଆଲକାରାଜ ଓ୍ଵିମ୍ବଲଡନ ୨୦୨୩ ଟାଇଟଲ ଜିତି ଜୋକୋଭିକଙ୍କ ସ୍ୱପ୍ନ ଭାଙ୍ଗିଦେଇଥିଲେ । ଓ୍ଵିମ୍ବଲଡନ ୨୦୨୩ ଫାଇନାଲରେ ୫ ଘଣ୍ଟା ଖେଳରେ ପ୍ରଥମ ସେଟ ଜୋକୋଭିକ ଜିତିଥିବା ବେଳେ ଅନ୍ୟ ସେଟରେ ହାରିଯାଇଥିଲେ । ହାରିବା ପରେ ଜୋକୋଭିକ ନିଜ କ୍ରୋଧକୁ ରୋକି ପାରିନଥିଲେ । ନିଜର ରାଗକୁ ର‍୍ୟାକେଟ ଉପରେ ସାରିଥିଲେ । ରାଗରେ ର‍୍ୟାକେଟକୁ ୨ ଖଣ୍ଡ କରି ଭାଙ୍ଗିଦେଇଥିଲେ ଜୋକୋଭିକ ।

୨୦ ବର୍ଷୀୟ ଯୁବ ଖେଳାଳି କାର୍ଲୋସ ଆଲକାରାଜ ୱିମ୍ବଲଡନ୍ ଟେନିସ୍ ୨୦୨୩ ଫାଇନାଲରେ ୧-୬, ୭-୬ (୮-୬), ୬-୧, ୩-୬, ୬-୪ରେ ସର୍ବିୟାର ଖେଳାଳି ନୋଭାକ ଜୋକୋଭିକଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ପ୍ରଥମ ଥର ୱିମ୍ବଲଡନ୍ ଫାଇନାଲ୍ ଖେଳିଥିବା ଆଲକାରାଜ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଥିଲେ ।

ଆଲକାରାଜ ଜିତିବା ପରେ ଜୋକୋଭିକ ନେଟ୍‌ ପାଖକୁ ଯାଇ ନେଟ୍‌ ପୋଲରେ ର‍୍ୟାକେଟକୁ ମାରିଥିଲେ । ପୋଲରେ ମାରିବା ଯୋଗୁଁ ର‍୍ୟାକେଟ ୨ ଖଣ୍ଡରେ ଭାଙ୍ଗିଯାଇଥିଲା । ଭାଙ୍ଗିବା ପରେ ପୁଣିଥରେ ଜୋକୋଭିକ ଭଙ୍ଗା ର‍୍ୟାକେଟକୁ ଉଠାଇ ଦୂରକୁ ଫୋଫାଡି ଦେଇଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଜୋକୋଭିକ ପ୍ରଥମ ଥର ପାଇଁ ଏଭଳି କରିନାହାନ୍ତି । ପୂର୍ବରୁ ୨୦୨୧ରେ ୟୁଏସ ଓପନରେ ନିଜର ର‍୍ୟାକେଟକୁ ରାଗରେ ଭାଙ୍ଗିଥିଲେ । ଏହାର ଫାଇନାଲରେ ରୁଷର ଦାନିଲ ମେଦବେଦେବ ଜୋକୋଭିକ ରାଗରେ ୩ ଥର ଟେନିସ କୋର୍ଟରେ ର‍୍ୟାକେଟକୁ ମାରିଥିଲେ । ଫଳରେ ର‍୍ୟାକେଟ ଭାଙ୍ଗି ଯାଇଥିଲା ।