ରାଗରେ ଲାଇନ ଜଜଙ୍କୁ ବଲ୍‌ ମାରିଲେ ବିଶ୍ୱର ନଂ୧ ଟେନିସ ଖେଳାଳି ଜୋକୋବିଚ୍‌, ଦେଖନ୍ତୁ ଭିଡିଓ

କରୋନା ଭାଇରସ ମହାମାରୀ ସମୟରେ ଖେଳାଯାଉଥିବା ୟୁଏସ୍‌ ଓପନରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଟେନିସର ଏକ ନମ୍ବର ଖେଳାଳି ନୋବାକ୍ ଜୋକୋବିଚଙ୍କୁ ୟୁଏସ୍ ଓପନରୁ ବାହାର କରାଯାଇଛି । ୟୁଏସ ଓପନରୁ ତାଙ୍କୁ ବାହାର କରିବାର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ । ଲାଇନ୍ ଜଜଙ୍କୁ ବଲ ମାରିବା ଯୋଗୁଁ ତାଙ୍କୁ ଡ଼ିସକ୍ଵାଲିଫାଏ କରାଯାଇଛି । ନୋବାକ୍ ଜୋକୋବିଚ୍ ଇନଷ୍ଟାଗ୍ରାମରେ ଘଟଣା ସମ୍ପର୍କରେ ପୋଷ୍ଟ କରି କ୍ଷମା ମାଗିଛନ୍ତି । ଆମେରିକା ଟେନିସ୍ ଫେଡେରେସନ୍ ସବୁଠାରୁ ଯୋଗ୍ୟ ଖେଳାଳିଙ୍କୁ ହିଁ ଟୁର୍ନାମେଣ୍ଟରୁ ବାହାର କରିଦେଇଛି । 

ଘଟଣା ମୁତାବକ, ଜୋକୋବିଚ୍ ପ୍ରି କ୍ଵାଟର ଫାଇନାଲର ପ୍ରଥମ ରାଉଣ୍ଡରେ ସ୍ପେନର ଟେନିସ୍ ଷ୍ଟାର ପାବ୍ଲୋ କାର୍ରେନୋ ବୁଷ୍ଟା ୬-୫ ରେ ଥିଲେ । ସର୍ଭିସ କରିବା ପୂର୍ବରୁ ସେ ବଲକୁ ଲାଇନ ଆଡକୁ ହିଟ କରିଥିଲେ । ବଲ ସିଧା ଯାଇ ସେଠାରେ ଛିଡା ହୋଇଥିବା ଲାଇନ୍ ଅଫ୍ ଜର୍ଜଙ୍କୁ ବାଜିଥିଲା । ବଲ୍ ତାଙ୍କ ବେକରେ ବାଜିଥିଲା । ଏହାପରେ ସେ ତଳେ ବସି ପଡ଼ିଥିଲେ । ଜୋକୋବିଚ୍ ତାଙ୍କ ପାଖକୁ ଯାଇ ତାଙ୍କ କଥା ବୁଝିଥିଲେ । ମହିଳା ଅଧିକାରୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେ ସେଠାରେ କିଛି ସମୟ ବସିବା ପରେ ସେଠାରୁ ଉଠି ଚାଲି ଯାଇଥିଲେ ବୋଲି କୁହାଯାଉଛି । ଟୁର୍ନାମେଣ୍ଟର ଅଫିସିଆଲ୍ ନିୟମକୁ ଦୃଷ୍ଟିରେ ରଖି ଜୋକୋବିଚଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ନିଷ୍ପତ୍ତି ନିଆଯାଇ କାର୍ରେନୋଙ୍କୁ ବିଜେତା ଘୋଷିତ କରାଯାଇଥିଲା ।

କରୋନା ମହାମାରୀ ମଧ୍ୟରେ ପ୍ରଥମ ଗ୍ରାଣ୍ଡ ସ୍ଲାମ ଟୁର୍ନାମେଣ୍ଟ ଖେଳାଯାଉଛି। ରୋଜର୍ ଫେଡରର୍ (Roger Fedrer) ଏବଂ ରାଫେଲ୍ ନଡାଲ୍ (Rafael Nadal) ମଧ୍ୟ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇନାହାନ୍ତି । ଏଥିପାଇଁ ଜୋକୋବିଚ୍‌ ଟାଇଟଲ ନିଜ ନାମରେ କରିବାର ସମ୍ଭାବନା ବେଶୀ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.