କ୍ରିକେଟ ଛାଡି ଏବେ ପୋଲିସ ହୋଇଛନ୍ତି ଭାରତୀୟ ଟିମର ଏହି ଖେଳାଳି, କରୋନା ଲଢ଼େଇଲେ ଲୋକଙ୍କୁ କରୁଛନ୍ତି ସାହାଯ୍ୟ

ସାରା ବିଶ୍ୱ ଏବେ କରୋନା ଭାଇରସ ସହ ଲଢ଼ୁଛି। ଏହି ସମୟରେ ଭାରତରେ 21 ଦିନର ଲକଡାଉନ ଘୋଷଣା ହୋଇଛି। ଲକଡାଉନ ବେଳେ ଅନେକ କ୍ରିକେଟର କୌଣସି ନା କୌଣସି ପ୍ରକାରେ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ଟିମର ଏହି ଖେଳାଳି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ସେ କ୍ରିକେଟ ଛାଡି ଏବେ ପୋଲିସ ହୋଇ ଲୋକଙ୍କ ପାଖରେ ଛିଡା ହୋଇଛନ୍ତି।

q

rr

ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା ସେହି ଖେଳାଳି ଜଣକ ହେଲେ ଯୋଗିନ୍ଦର ଶର୍ମା। ଯୋଗିନ୍ଦର ଏହି ସମୟରେ ହରିୟାଣାର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ ପଦବୀରେ ଅଛନ୍ତି। ସେ କରୋନା କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସଚେତନ କରୁଛନ୍ତି। ଯୋଗିନ୍ଦର 2007 ୱାର୍ଲଡ଼ କପ ଟି-20ରେ ଭାରତୀୟ ଟିମ ପାଇଁ ପ୍ରମୁଖ ଭୂମିକା ତୁଲାଇଥିଲେ।

Leave A Reply

Your email address will not be published.