କିଟ୍ ରେ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ବାଇଲାଟେରାଲ କ୍ରିକେଟ ଶୃଙ୍ଖଳା ଉଦଘାଟିତ

ଭୁବନେଶ୍ୱର : କିଟ୍ କ୍ରିକେଟ ଷ୍ଟାଡିୟମରେ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ବାଇଲାଟେରାଲ କ୍ରିକେଟ ଶୃଙ୍ଖଳା ଉଦଘାଟିତ ।  ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ, କିଟ୍ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା କ୍ରିକେଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ଶୃଙ୍ଖଳାକୁ ଉଦଘାଟନ କରିଥିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ପ୍ରଥମ ଥର ଲାଗି କିଟ୍‍ ବିଶ୍ୱବିଦ୍ୟାଳୟରେ ଏଭଳି ବାଇଲାଟେରାଲ୍‍ କ୍ରିକେଟ୍‍ ଶୃଙ୍ଖଳା ଆୟୋଜିତ ହେଉଥିବା ବେଳେ ଏଥିରେ ଭାରତ ଓ ଅଷ୍ଟ୍ରେଲିଆ ଯୋଗ ଦେଇଛନ୍ତି ।

ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବଛାବଛା ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ବାଇଲାଟେରାଲ କ୍ରିକେଟ ଶୃଙ୍ଖଳାର ୬ ଟିକିଆ କ୍ରିକେଟ ମ୍ୟାଚର ଚତୁର୍ଥ ମ୍ୟାଚ ଆଜି ଶେଷ ହୋଇଛି । ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ମ୍ୟାଚରେ ଅଷ୍ଟ୍ରେଲିଆ ୧୯ ଓଭର ୪ ଟି ବଲରେ ୧୪୯ ରନ କରିଥିବା ବେଳେ ଇଣ୍ଡିଆ ଟିମ ୭ ଉଇକେଟ ହରାଇ ୧୪୪ ରନ କରିଥିଲା ।

ଡି. ୱାଇ ପାଟିଲ ଷ୍ଟାଡିଅମରେ ୩ଟି ମ୍ୟାଚ ଇଣ୍ଡିଆ ଟିମ ଜିତିଛି । ୫ ରନରେ ଆଜି ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଜିତିଛି । ଆଜି ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଟାଇଟେଲ ଅଷ୍ଟ୍ରେଲିଆ ଟିମର କାବ୍ୟ ସଇନି ପାଇଛନ୍ତି । ଆସନ୍ତା କାଲି କିଟ ଷ୍ଟାଡିୟମରେ ଶେଷ ଦୁଇଟି ମ୍ୟାଚ ରହିଛି । ପଞ୍ଚମ ମ୍ୟାଚ ସକାଳ ୯ଟା୩୦ରେ ଥିବା ବେଳେ ଶେଷ ମ୍ୟାଚ ୫ ଟା ୩୦ରେ ଫ୍ଲଡ ଲାଇଟ ରେ ଅନୁଷ୍ଠିତ ହେବ । କିଟ୍‍ ପକ୍ଷରୁ ସମସ୍ତ ଖେଳାଳି, କୋଚ ଓ ଅଫିସିଆଲ୍‍ଙ୍କ ରହିବା ଓ ଆତିଥ୍ୟ ପ୍ରଦାନ କରାଯାଉଛି ।