କ୍ରୀଡା

ଲକ୍ଷ୍ନୌ ସୁପରଜିଆଣ୍ଟସ ମ୍ୟାଚରେ ପୁଣି ହଙ୍ଗାମା, ଖେଳାଳିଙ୍କ ଉପରକୁ ନଟ୍‌ ବୋଲ୍ଟ ପକାଇଲେ ଫ୍ୟାନ୍ସ

ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ହୋଇଥିବା ମ୍ୟାଚରେ ପୁଣି ଦେଖାଦେଲା ହଙ୍ଗାମା । ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଫ୍ୟାନ୍ସ ଗମ୍ଭୀରଙ୍କୁ ଚିଡାଇବା ପାଇଁ ବିରାଟଙ୍କ ନାରା ଦେଇଥିଲେ । ଏହାସହିତ ଡଗଆଉଟକୁ ନଟ ବୋଲ୍ଟ ଫୋପାଡିଥିଲେ । କେବଳ ଡଗଆଉଟକୁ ନୁହେଁ ବରଂ ଖେଳାଳିଙ୍କ ଉପରକୁ ନଟ ବୋଲ୍ଟ ଫିଙ୍ଗାଯାଇଥିଲା ବୋଲି ଟିମର ଫିଲ୍ଡିଂ କୋଚ ଜଣ୍ଟି ରୋଡସ କହିଛନ୍ତି ।

ଟ୍ଵିଟ୍‌ କରି ଜଣ୍ଟି ରୋଡସ୍‌ କହିଛନ୍ତି, ଡଗ୍‌ଆଉଟ ନୁହେଁ, ବରଂ ଖେଳାଳିଙ୍କ ଉପରକୁ ନଟ୍‌ ବୋଲ୍ଟ ପକାଯାଇଛି । ଲଗ୍‌ ଅନରେ ଫିଲ୍ଡିଂ କରୁଥିବା ପ୍ରେରକ ମାଙ୍କଡଙ୍କ ଉପରକୁ ଏହାକୁ ଫିଙ୍ଗାଯାଇଥିଲା । ଏହି ଘଟଣାରେ ହାଇଦ୍ରାବାଦର ୧୯ ଓଭରରେ ଘଟିଥିଲା । ଆବେଶ ଖାନ ଅବ୍ଦୁଲ ସମଦଙ୍କୁ ବିମର ବୋଲିଂ କରିଥିଲେ । ଯାହାକୁ ନୋ ବଲ୍‌ ଦେଇନଥିଲେ ଅମ୍ପାୟର । ସନରାଇଜର୍ସ ହାଇଦ୍ରାବାଦ ଏହାପରେ ଡିଆରଏସ ନେଇଥିଲା କିନ୍ତୁ ତୃତୀୟ ଅମ୍ପାୟର ଏହାକୁ ବଲ୍‌ ବୋଲି କହିଥିଲେ ।

ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ପରେ ସମଦଙ୍କ ସହିତ ବ୍ୟାଟିଂ କରୁଥିବା ହେନରିକ କଲାସେନ ମଧ୍ୟ ଅମ୍ପାୟରଙ୍କ ସହିତ କଥା ହେବା ପରେ ପୁଣି ଦେଖିବା ପରେ ବଲ୍‌ ନୋ ବଲ୍‌ ନଥିଲା ବୋଲି ଜଣାପଡିଥିଲା । ଏହି ସମୟରେ ଡଗଆଉଟରେ ପଛରେ ବସିଥିବା ଫ୍ୟାନ୍ସ ଗୌତମ ଗମ୍ଭୀରଙ୍କୁ ଚିଡାଇବା ପାଇଁ କୋହଲି କୋହଲି ଚିତ୍କାର କରିଥିଲେ । ଏହି ସମୟରେ ଗୌତମ ଗମ୍ଭୀର ସହିତ ଅନ୍ୟ ଖେଳାଳି ଡଗଆଉଟରୁ ଉଠି ବାହାରକୁ ଆସିଥିଲେ । ଏହି ସମୟରେ ଏଭଳି କାଣ୍ଡ ଘଟିଥିଲା ।

Swagatika

Recent Posts

ଜୁନ ୨୦ରେ ଲଞ୍ଚ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

22 seconds ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

2 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

2 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

43 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

54 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

1 hour ago