ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ: ୫ ନୂଆ ମୁହଁ ଦଳରେ ସାମିଲ, ନେତୃତ୍ୱରେ ଅଭିଜ୍ଞ ବ୍ୟାଟର ଶୁଭ୍ରାଂଶୁ ଶେଖର

ଭୁବନେଶ୍ବର(କେନ୍ଯୁଜ୍): ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ । ଅଭିଜ୍ଞ ବ୍ୟାଟର ଶୁଭ୍ରାଂଶୁ ଶେଖର ସେନାପତିଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ୫ ନୂଆ ମୁହଁ ଦଳରେ ସାମିଲ ହୋଇଛନ୍ତି । ୧୦ ତାରିଖରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ ଓଡ଼ିଶା ଟିମ୍‌ । ଏଲିଟ୍‌ ଗ୍ରୁପ୍‌ ଡି’ରେ ରହିଛି ଓଡ଼ିଶା ।

ଏହି ଗ୍ରୁପରେ ଶକ୍ତିଶାଳୀ ଦଳ ସୌରାଷ୍ଟ୍ର, ମୁମ୍ବାଇ ଓ ଗୋଆ ରହିଛନ୍ତି । ଦଳରୁ ଦୁଇ ପ୍ରମୁଖ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ବାଦ୍‌ ଦିଆଯାଇଛି । ସେହିଭଳି ଫାଷ୍ଟକ୍ଲାସ କ୍ରିକେଟ ଫର୍ମାଟରେ ପ୍ରଥମଥର ପାଇଁ ଅଂଶୁମାନ ରଥଙ୍କୁ ଦେଖିବାକୁ ମିଳିବ । ୪୦୦ ଓ୍ଵିକେଟ ନିକଟତର ହୋଇଥିବା ବସନ୍ତ ମହାନ୍ତି ଦଳରେ ରହିଛନ୍ତି ।

ସୁଜିତ ଲେଙ୍କା ଓ ରାଜେଶ ଧୂପରଙ୍କୁ ଓ୍ଵିକେଟ କିପର ଭାବେ ଦଳରେ ନିଆଯାଇଛି । ଜୟନ୍ତ ବେହେରା, ପପୁ ରାୟ ଓ ଶୁଭମ ନାୟକକଙ୍କ ଉପରେ ଦଳର ସ୍ପିନ ଆଟାକ୍‌ ଭରସା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.