ଆଜିଠୁ ଆରମ୍ଭ ହେଉଛି ଓସିଏ ଇଣ୍ଟର ଡିଷ୍ଟିକ ସିନିୟର ପୁରୁଷ ଟି-20 ଲିଗ୍‌ ମ୍ୟାଚ

ଭୁବନେଶ୍ୱର (କେନ୍ୟୁଜ) : ଆଜିଠୁ ଆରମ୍ଭ ହେଉଛି ଓସିଏ ଇଣ୍ଟର ଡିଷ୍ଟିକ ସିନିୟର ପୁରୁଷ ଟି-20 ଲିଗ୍‌ ମ୍ୟାଚ। ରାଜ୍ୟର ୩୭ଟି ଟିମଙ୍କୁ ନେଇ‌ ୬ଟି ଗ୍ରୁପରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ। ଆସନ୍ତା ୨୨ ତାରିଖ ଯାଏ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। କୋଭିଡ୍‌ ଗାଇଡ୍‌ ଲାଇନ ନିୟମ ଅନୁଯାୟୀ ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍‌ ।

କଟକ ଓ ଭୁବନେଶ୍ୱର ଦୁଇଟି ସ୍ଥାନରେ ଏହି ସମସ୍ତ ମ୍ୟାଚ‌କୁ ଖେଳାଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ୍ତା ଜାନୁଆରିରେ ହେବାକୁ ଥିବା ସୟେଦ୍‌ ମୁସ୍‌ତାକ୍‌ ଅଲି ଟ୍ରଫି ଟି-20 ଲିଗ୍‌ ପାଇଁ ଏହି ଟୁର୍ଣ୍ଣାମେଣ୍ଟରୁ ୪ ଜଣଙ୍କୁ ସିଲେକସନ୍‌ କରାଯିବ । ସେହିପରି ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା କ୍ରିକେଟ ଲିଗ। ଏଥିରେ ୮୪ ଜଣ ଖେଳାଳିଙ୍କୁ ଚୟନ କରାଯିବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.