କ୍ରୀଡା

ଆଜିଠୁ ବିଶ୍ବକପ୍ ଲଢ଼େଇ, ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଉଦଘାଟନୀ ମୁକାବିଲା

ଆଜିଠୁ କ୍ରିକେଟ ମହାସମର । ଆରମ୍ଭ ହେବ ବିଶ୍ବକପ୍ ଲଢ଼େଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସ ଅପ୍ ନ୍ୟୁଜିଲାଣ୍ଡ । ଅପରାହ୍ଣ ୨ଟାରେ ଖେଳାଯିବ ମ୍ୟାଚ୍ । ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିବେ । ନ୍ୟୁଜିଲାଣ୍ଡର ବ୍ୟାଟିଂ ପାୱାର ହାଉସ୍ ବନାମ ଇଂଲିଶ ବାହିନୀର ବିସ୍ଫୋରକ ବ୍ୟାଟରଙ୍କ ଭିତରେ ଲଢ଼େଇ ହେବ ।

ସୂଚନା ଅନୁଯାୟୀ ବିଶ୍ୱକପ୍ 5 ଅକ୍ଟୋବରରୁ ଆରମ୍ଭ ହେଉଛି । କିନ୍ତୁ ଏଥିରେ ଭାରତ ଅକ୍ଟୋବର ୮ ରୁ ଅଭିଯାନ ଆରମ୍ଭ କରିବ । ଏହାର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ହେବ । ଯାହା ଚେନ୍ନାଇରେ ଖେଳାଯିବ । ଅକ୍ଟୋବର ୭ ରେ ପାକିସ୍ତାନ ଦଳ ପ୍ରଥମ ମ୍ୟାଚ୍ ଖେଳିବ । କହିରଖୁ କି, ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ପ୍ରବେଶ କରୁଛନ୍ତି । ମୋଟ୍ ୪୬ ଦିନରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ । ସେହିପରି ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଫାଇଟ୍ ।

ଆଜି ଖେଳିବେ ନାହିଁ କିୱି ଅଧିନାୟକ ୱିଲିୟମସନ୍ । ତାଙ୍କ ସ୍ଥାନରେ ଟମ୍ ଲାଥମ୍ ନେତୃତ୍ବ ନେବେ । ଅନ୍ୟପଟେ ଜୋସ୍ ବଟଲରଙ୍କ ନେତୃତ୍ବରେ ଖେଳିବ ଇଂଲିଶ ବାହିନୀ । ୨୦୧୯ ବିଶ୍ବକପ୍ ପରାଜୟର ବଦଲା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ସୁପର ଓଭରରେ ହାରିଥିଲା କିୱି ଦଳ । ଦିନିକିଆରେ ଉଭୟ ଦଳର ରେକର୍ଡ ବରାବର । ମୋଟ୍ ୯୫ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଇଂଲଣ୍ଡ ୪୫ଟି ଓ ନ୍ୟୁଜିଲାଣ୍ଡ ଜିତିଛି ୪୪ଟି ମ୍ୟାଚ୍ । ୨ଟି ମ୍ୟାଚ୍ ଟାଇ ରହିଛି । ଆଜିଠାରୁ ନଭେମ୍ବର ୧୯ ତାରିଖ ଯାଏ ଖେଳାଯିବ ବିଶ୍ବକପ୍ । ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ ।

Barsha

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

5 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

8 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

12 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

24 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

41 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago