ଭୁବନେଶ୍ବର : ଜାତୀୟ ବ୍ୟାଡମିଣ୍ଟନରେ ଓଡ଼ିଆ ଖେଳାଳିଙ୍କ ବଡ଼ ସଫଳତା । ମିକ୍ସଡ ଡବଲରେ କମାଲ କଲେ ଓଡ଼ିଆ ଝିଅ ବିଶାକା ଟୋପୋ ।…. ଏହା ସହିତ ଓଡ଼ିଶା ପାଇଁନୂଆ ଇତିହାସ ରଚିଛନ୍ତି ।
ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ଖେଳାଳି ୧୯ ବର୍ଷରୁ କମ୍ ଜାତୀୟ ଚାମ୍ପିଅନସିପରେ ଚାମ୍ପିଅନ ହୋଇଛନ୍ତି । ମିଜୋରାମର ସାଙ୍ଗା ଓ ଓଡ଼ିଶାର ବିଶାକା ମିକ୍ସ ଡବଲ୍ସରେ ଯୋଡି ଭାବେ ଭାଗ ନେଇ ଚାମ୍ପିଅନ ହୋଇଛନ୍ତି ।
ଆନ୍ଧ୍ର ପ୍ରଦେଶର ବି. ଆର୍. ଆରିଗେଲା ଓ ତେଲେଙ୍ଗାନାର କେ ଭେନ୍ନାଲାଙ୍କ ଯୋଡ଼ି ସହ ଏମାନଙ୍କର ଫାଇନାଲ ଲଢ଼େଇ ହୋଇଥିଲା । ତେବେ ବିଶାକା ଓ ସାଙ୍ଗାଙ୍କ ଯୋଡ଼ି ୨୧-୧୬, ୧୦-୨୧ ଓ ୨୧-୧୮ରେ ଜିତି ଟ୍ରଫି ହାସଲ କରିଛନ୍ତି । ପ୍ରଥମ ସେଟ୍ ଏମାନେ ଜିତିବା ପରେ ଆରିଗେଲା ଓ ଭେନ୍ନାଲାଙ୍କ ଯୋଡ଼ି ଦ୍ବିତୀୟ ସେଟ୍ ଜିତି ନେଇଥିଲେ । ଫଳରେ ୩ୟ ତଥା ଅନ୍ତିମ ସେଟ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତେବେ ଚମତ୍କାର ଖେଳ ଦେଖାଇ ବିଶାକା ଏବଂ ତାଙ୍କ ସାଥୀ ସେଟ୍ ସହ ଫାଇନାଲ ମ୍ୟାଚ୍ ଜିତି ନେଇଥିଲେ ।