ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର, ଘୋଷଣା କଲା କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ

ଭୁବନେଶ୍ୱର: ଓଡ଼ିଆ ଧାବିକା ତଥା ଦୁତି ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ତରଫରୁ ଏନେଇ ଘୋଷଣା କରାଯାଇଛି । ପୂର୍ବରୁ ଅର୍ଜୁନ ପୁରସ୍କାର ପାଇଁ ଆଥଲେଟ ଦୂତି ଚାନ୍ଦଙ୍କ ନାଁ ସୁପାରିସ କରା ଯାଇଥିଲା । ଯାହା ଉପରେ ଆଜି କ୍ରୀଡା ମନ୍ତ୍ରାଳୟ ତରଫରୁ ମୋହର ବାଜିଛି । ଚଳିତ ବର୍ଷ ୨୭ ଜଣ ଖେଳାଳିଙ୍କୁ ଏହି ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାଯାଇଛି ।

ଏହାବାଦ ୫ ଜଣଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ । କହି ରଖିବା ଉଚିତ ହେବକି, ଦୂତିଙ୍କ ବ୍ୟତୀତ ଓଡ଼ିଶାର ଆଉ ଦୁଇ ଖେଳାଳିଙ୍କ ନାଁ ବି କମିଟି ପକ୍ଷରୁ ସୁପାରିସ ହୋଇଥିଲା । ଏମାନଙ୍କ ମଧ୍ୟରେ ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କ ନାଁ ରହିଥିଲା । ଦୂତିଙ୍କ ଏହି ସଫଳତାରେ କିଟ ଓ କିସ ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତ ଦୂତିଙ୍କୁ ଟ୍ୱିଟ ଜରିଆରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି |

 

Leave A Reply

Your email address will not be published.