ରଣଜୀ ମୁକାବିଲା : ଟିକିଏ କଷ୍ଟ କଲେ ପୁଣି ତିନି ଦିନରେ ଜିତିବ ଓଡ଼ିଶା

କଟକ (କେ ନ୍ୟୁଜ୍‌) : କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିବସରେ ତ୍ରିପୁର ତାର ଦ୍ୱିତୀୟ ଇନିଂସ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧାା ୫ ଓ୍ଵିକେଟ୍‌ରେ ୧୩୦ ରନ୍‌ ସଂଗ୍ରହ କରିଛି । ଏବେ ଓଡ଼ିଶା ଠାରୁ ମାତ୍ର ୪୦ ରନ୍‌ ଆଗରେ ଅଛି । ଯଦି ଆସନ୍ତାକାଲି ବାକି ୫ଟି ଓ୍ଵିକେଟ୍‌କୁ ଓଡ଼ିଶା ବୋଲର୍‌ମାନେ ଶୀଘ୍ର ଦଖଲ କରି ନେବେ ତେବେ ପୁଣି ଥରେ ତିନି ଦିନ ଭିତରେ ମ୍ୟାଚ୍‌ ଜିତିଯିବ ଓଡ଼ିଶା ଦଳ । ଏହା ପୂର୍ବରୁ ଆସାମ ବିପକ୍ଷରେ ମଧ୍ୟ ଓଡ଼ିଶା ୩ ଦିନରେ ମ୍ୟାଚ୍‌ ଜିତି ଯାଇଥିଲା ।
ଆଜି ଓଡ଼ିଶା ଦଳ ୨୧୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ତ୍ରିପୁରା ଠାରୁ ୯୦ ରନ୍‌ ଆଗରେ ରହିଥିଲା । ପରେ ତ୍ରିପୁରା ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ପ୍ରଥମ ପାଳି ତୁଳନାରେ ଭଲ ଖେଳିଥିଲା । ଓପ୍ନର ବିଶାଲ ଘୋଷ ୪୮ ଏବଂ ସ୍ମିତ୍‌ ପଟେଲ ୨୯ ରନ୍‌ କରିଥିଲେ । ଆଜିର ଖେଳ ଶେଷ ବେଳକୁ ପ୍ରତ୍ୟୁଷ ସିଂହ ୧୮ ଓ ରାଣା ଦତ୍ତ ୧୦ ରନ୍‌ ଅପରି ବ୍ୟାଟିଂ କରୁଥିଲେ । ଓଡ଼ିଶା ପକ୍ଷରୁ ଆରମ୍ଭରୁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ବସନ୍ତ ମହାନ୍ତି ଗୋଟିଏ ଲେଖାଏଁ ସଫଳତା ହାସଲ କରିବା ପରେ ଆସାମ ବିପକ୍ଷରେ ଚମତ୍କାର ବୋଲିଂ କରି ଦଳକୁ ଜିତାଇଥିବା ରାଜେଶ ମହାନ୍ତି ୩ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଗ୍ରୁପ୍‌ ‘ସି’ରେ ଥିବା ଓଡ଼ିଶା ଦଳ ପାଇଁ ଆଉ ଏକ ବୃହତ୍‌ ବିଜୟ ଅପେକ୍ଷା କରିଛି ।
ସ୍କୋର : ତ୍ରିପୁରା ପ୍ରଥମ ଇନିଂସ୍‌-୧୨୨ । ଦ୍ୱିତୀୟ ଇନିଂସ୍‌-୧୩୦/୫ (ବିଶାଲ ଘୋଷ ୪୮, ସ୍ମିତ୍‌ ପଟେଲ ୨୯ । ରାଜେଶ ମହାନ୍ତି ୧୪-୨-୪୨-୩) ।
ଓଡ଼ିଶା ପ୍ରଥମ ଇନିଂସ୍‌-୨୧୨, ୫୯.୨ ଓଭର (ରାଜେଶ ଧୁପର ୩୧, ଶୁଭ୍ରାଂଶୁ ସେନାପତି ୪୧, ବିପ୍ଳବ ସାମନ୍ତରାୟ ୮୮ । ମଣି ଶଙ୍କର ୩/୩୭, ଅଭିଜିତ ସରକାର ୩/୩୩) ।

You might also like