ରଣଜୀ ଟ୍ରଫି : ରାଜେଶଙ୍କ ୧୧୦କୁ ଋତୁରାଜଙ୍କ ୧୧୦, ଓଡ଼ିଶା ଠାରୁ ୭୪ ରନ୍‌ ପଛରେ ଅଛି ମହାରାଷ୍ଟ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସ୍‌ ୨୯୩ ରନ୍‌ରେ ଶେଷ ହୋଇଛି । ଜବାବରେ ମହାରାଷ୍ଟ୍ର ଟିମ୍‌ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍‌ ହରାଇ କରିଛି ୨୧୯ ରନ୍‌ । ଋତୁରାଜ ଗାଏକ୍ୱାଡ ୧୧୦ ରନ୍‌ ଏବଂ ଅଙ୍କିତ ବଓ୍ଵାନେ ୮୦ ରନ୍‌ କରି ଅପରାଜିତ ଅଛନ୍ତି । ତଥାପି ମହାରାଷ୍ଟ୍ର ଦଳ ଓଡ଼ିଶା ପ୍ରଥମ ଇନିଂସ୍‌ ଠାରୁ ୭୪ ରନ୍‌ ପଛରେ ଅଛି ।
ପୂର୍ବରୁ ଓଡ଼ିଶା ଦଳ ୨୯୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଓପ୍ନର ଶାନ୍ତନୁ ମିଶ୍ର ୮୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଓ୍ଵିକେଟ୍‌ କିପର ରାଜେଶ ଧୁପର ୧୧୦ ରନ୍‌ କରିଥିଲେ । ସେ ୧୫୨ ବଲ୍‌ ଖେଳି ୬ ଚୌକା ଓ ୭ଟି ଛକା ମାରିଥିଲେ । ଏହା ସହିତ ଶେଷ ଭାଗରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୧୩ ବଲ୍‌ରୁ ୨୮ ରନ୍‌ (୫ ଚୌକା ଓ ୧ ଛକା) ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି । ମହାରାଷ୍ଟ୍ର ତରଫରୁ ଆୟ ପଲକର ୮୧ ରନ୍‌ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

You might also like